ETV Bharat / state

ଅଙ୍ଗନବାଡି ଶିଶୁ ପୋଡି ଘଟଣା: କର୍ମଚାରୀଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ - ଅଙ୍ଗନବାଡି

ଜଟିଆପାଲି ଗାଁର ଅଙ୍ଗନବାଡିକେନ୍ଦ୍ରରେ ୩ ବର୍ଷୀୟ ଝିଅ ଦେହରେ ଗରମ ପାଣି ପଡି ଗୁରୁତର ହେବା ଘଟଣାରେ ସେଠାକାର କର୍ମଚାରୀମାନଙ୍କୁ ଜିଲ୍ଲାପାଳ ମଧୂସୂଦନ ମିଶ୍ର କାର୍ଯ୍ୟରୁ ବହିଷ୍କାର କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 17, 2019, 3:09 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞ୍ଜିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁର ଅଙ୍ଗନବାଡି କେନ୍ଦ୍ରରେ ୩ ବର୍ଷୀୟ ଝିଅ ଦେହରେ ଗରମ ପାଣି ପଡି ଗୁରୁତର ହେବା ଘଟଣାରେ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ମଧୂସୂଦନ ମିଶ୍ର କାର୍ଯ୍ୟରୁ ବହିଷ୍କାର କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରର ପାଚିକା ବେଦମତୀ ମହାକୁଡ ,ଅଙ୍ଗନବାଡି କର୍ମୀ ମମତା ମୁଣ୍ଡାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହିତ ସୁପରଭାଇଜର ମମତାମୟୀ ପ୍ରଧାନଙ୍କୁ ଜିଲ୍ଲାପାଳ କାର୍ଯ୍ୟମୁକ୍ତ କରିଛନ୍ତି ।

ଫାଇଲ ଭିଡିଓ

ଗତ ମେ 14 ତାରିଖ ସକାଳୁ ଅଙ୍ଗନବାଡି କେନ୍ଦ୍ରକୁ ପଞ୍ଚାନନ ମହାକୁଡଙ୍କ ୩ ବର୍ଷୀୟ ଝିଅ ପ୍ରୀତିମୟୀ ମହାକୁଡ ଆସିଥିଲେ। କେନ୍ଦ୍ରର ପାଚିକା ବେଦମତୀ ଅଣ୍ଡା ସିଝାଇବା ପରେ ପ୍ରୀତିମୟୀ ଉପରକୁ ଗରମ ପାଣି ଫୋପାଡି ଦେଇଥିଲେ। ଏଥିରେ ପ୍ରୀତିମୟୀଙ୍କ ଶରୀରର 40 ପ୍ରତିଶତ ପୋଡି ଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଶିଶୁକନ୍ୟାକୁ ପ୍ରଥମେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ଦେବା ପରେ ବୁର୍ଲା ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ ।

ଜିଲ୍ଲା ପ୍ରଶାସନ ଏହି ସମ୍ବେଦନଶୀଳ ଘଟଣାକୁ ହୃଦବୋଧ କରି ଜିଲ୍ଲା ରେଡକ୍ରସ ତରଫରୁ 30 ହଜାର, ଓଡିଶା ଟ୍ରିଟମେଣ୍ଟ ଫଣ୍ଡରୁ 1 ଲକ୍ଷ 90 ହଜାର ଓ ନିର୍ଭୟା ପାଣ୍ଠିରୁ 1 ଲକ୍ଷ 50 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏପରିକି ପୋଲିସ, ପାଚିକାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜିଲ୍ଲାପାଳ ଅଙ୍ଗନବାଡି କର୍ମୀ, ପାଚିକା ଓ ସୁପରଭାଇଜରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visual byte by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.