ETV Bharat / state

ଅସୁରକ୍ଷିତ ଓ ଅନ୍ଧାର ଭିତରେ ଏସବିଆଇ ଏଟିଏମ୍ କାଉଣ୍ଟର - SBI ATM counter

ଅନ୍ଧାର ଭିତରେ ଏଟିଏମ କାଉଣ୍ଟର । ସୁବର୍ଣ୍ଣପୁର ସହରର ବ୍ଲକ ଛକର ଥିବା ଏସବିଆଇର ଏଟିଏମ କାଉଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

SBI ATM counter in disarray
ଅସୁରକ୍ଷିତ ଓ ଅନ୍ଧାର ଭିତରେ ଏସବିଆଇ ଏଟିଏମ୍ କାଉଣ୍ଟର
author img

By

Published : Jul 6, 2020, 4:40 PM IST

ସୁବର୍ଣ୍ଣପୁର: ଅନ୍ଧାର ଭିତରେ ଏଟିଏମ କାଉଣ୍ଟର । ସୁବର୍ଣ୍ଣପୁର ସହରର ବ୍ଲକ ଛକର ଥିବା ଏସବିଆଇର ଏଟିଏମ କାଉଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

SBI ATM counter in disarray
ଅସୁରକ୍ଷିତ ଓ ଅନ୍ଧାର ଭିତରେ ଏସବିଆଇ ଏଟିଏମ୍ କାଉଣ୍ଟର

ଏଟିଏମ ଭିତରେ ଆଲୋକର ବ୍ୟବସ୍ଥା ନଥିବାରୁ ଗ୍ରାହକମାନେ ସନ୍ଧ୍ୟା ସମୟରେ ନିଜ ମୋବାଇଲ ଲାଇଟ୍ ସାହାଯ୍ୟରେ ଏଟିଏମ ବ୍ୟବହାର କରୁଥିବା ନଜର ଆସୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ବରଂ ସପ୍ତାହରୁ ଅଧିକ ସମୟ ହେବ ଏଭଳି ଦେଖିବାକୁ ମିଳୁଛି । ଏସବିଆଇ ପକ୍ଷରୁ ଏଟିଏମର ବାହାରେ ଏବଂ ଭିତରେ ଆଲୋକର ବ୍ୟବସ୍ଥା କରାଯାଉନଥିବା ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ବି କରାଯାଇନାହିଁ ।

ସେପଟେ ଅନେକ ସମୟରେ ସହରରେ ଏସବିଆଇ ଓ ପିଏନବି ଏଟିଏମ ଦୁର୍ବୁତ୍ତମାନେ ଭାଙ୍ଗି ଟଙ୍କା ଚୋରିର ଉଦ୍ୟମ କରୁଛନ୍ତି । ତେବେ ଏବେ ବ୍ଲକ ଛକ ଏଟିଏମ ଅନ୍ଧାର ଭିତରେ ଥିବାରୁ ପରିସ୍ଥିତି କଙ୍କଡାକୁ ଗୋଳି ପାଣି ସୁହାଏ ପରି ହୋଇଛି । ତେଣୁ ଗ୍ରାହକମାନେ ଏଠାରେ ଆଲୋକ ସହ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.