ETV Bharat / state

ଶ୍ରାବଣ ପ୍ରଥମ ସୋମବାର; ଶୈବପୀଠରେ ସୁବର୍ଣ୍ଣପୁରବାସୀଙ୍କ ଜଳାଭିଷେକ - Kanwar and devotees pray lord shiv

ଶ୍ରାବଣର ପ୍ରଥମ ସୋମବାର। ବିଭିନ୍ନ ଶୈବପୀଠରେ ପ୍ରଭୁ ଶିବଙ୍କୁ ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ ଓ କାଉଡିଆମାନେ। ସୁବର୍ଣ୍ଣପୁରର ବିଭିନ୍ନ ଶୈବପୀଠରେ ଭୋଳାବାବା ଓ ବୋଲବମରେ ପ୍ରତିଧ୍ବନିତ୍ବ ହୋଇଥିଲା।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 22, 2019, 1:34 PM IST

ସୁବର୍ଣ୍ଣପୁର: ଆଜି ଶ୍ରାବଣର ପ୍ରଥମ ସୋମବାର । ବିଭିନ୍ନ ଶୈବପୀଠରେ ଜଳାଲାଗି କରିଛନ୍ତି ଶହଶହ ଶ୍ରଦ୍ଧାଳୁ । ସୁବର୍ଣ୍ଣପୁରରେ ମଧ୍ୟ ଶ୍ରାବଣ ସୋମବାରରେ ଅଷ୍ଟଶମ୍ଭୁଙ୍କ ନିକଟରେ ପାଣି ଚଢାଇଛନ୍ତି କାଉଡିଆମାନେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସହରର ତେଲନଦୀ, କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ବାବା ରାମେଶ୍ବର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକର୍ଣ୍ଣେଶ୍ବର ଓ ପଶ୍ଚିମ ସୋମନାଥ ମନ୍ଦିରରେ ଜଳ ଅଭିଷେକ କରିଛନ୍ତି । ରାତ୍ରୀର ଦ୍ବିତୀୟ ପ୍ରହରରୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଲାଗିଥିବାର ଦେଖିବାକୁ ମିଳିଥିଲା । ରାତ୍ରୀର ଶେଷ ପ୍ରହରରେ ମନ୍ଦିରର କବାଟ ଖୋଲିବା ପରେ ଶ୍ରଦ୍ଧାଳୁମାନେ ବାବା ବୈଧନାଥଙ୍କୁ ପାଣି ଚଢାଇଥିଲେ ।

ସେହିପରି ତ୍ରିବେଣୀ ସଙ୍ଗମରୁ ଶ୍ରଦ୍ଧାଳୁ ଓ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦାର କପିଳେଶ୍ବର, ବଦ୍ୟନାଥର କୋଶଳେଶ୍ବର, ଚମ୍ପାପୁରର ଚମ୍ବେଶ୍ବର ଓ ଗୋଧନେଶ୍ବର ଆଦି ପ୍ରାଚୀନ ଶୈବପୀଠକୁ ଯାଇଥିଲେ । ତେବେ ତ୍ରିବେଣୀ ସଙ୍ଗମରୁ ପାଣି ନେଇ ରାମେଶ୍ବରଙ୍କ ମୁଣ୍ଡରେ ଢାଳିଲେ କୋଟି ଜନ୍ମର ପାପ ଧୋଇ ହୋଇ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।

ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଆଶ୍ରୟ ବ୍ୟବସ୍ଥା କରିବା ଓ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରିଛନ୍ତି ମନ୍ଦିର କମିଟି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଶ୍ରାବଣର ପ୍ରଥମ ସୋମବାରରେ ସୁବର୍ଣ୍ଣପୁର ସହର ଆଜି ଉତ୍ସବ ମୁଖର ହୋଇ ଉଠିଛି ।ସହରର ତେଲନଦୀ ,ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ପାଣି ଚଢାଇଛନ୍ତି ।ବାବା ରାମେଶ୍ବର ,ଚନ୍ଦ୍ରଶେଖର ,ସୁବର୍ଣ୍ଣମେରୁ ,ଗୋକର୍ଣ୍ଣେଶ୍ବର ,ପଶ୍ଚିମ ସୋମନାଥ ଆଦି ମନ୍ଦିରରେ ରାତ୍ରୀର ଦ୍ବୀତିୟ ପ୍ରହରରୁ ଶ୍ରଦ୍ଧାଳୁମାନଙ୍କ ଲମ୍ବାଧାଡି ଲାଗିଥିଲା ।ରାତ୍ରୀର ଶେଷ ପ୍ରହରରେ ମନ୍ଦିରର କବାଟ ଖୋଲିବା ପରେ ଶ୍ରଦ୍ଧାଳୁମାନେ ବାବାଙ୍କୁ ପାଣି ଚଢାଇଥିଲେ ।Body:ସେହିପରି ତ୍ରୀବେଣୀ ସଂଗମରୁ ଶ୍ରଦ୍ଧାଳୁ ଓ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦାର କପିଳେଶ୍ବର ,ବଦ୍ୟନାଥର କୋଶଳେଶ୍ବର ,ଚମ୍ପାପୁରର ଚମ୍ବେଶ୍ବର ଓ ଗୋଧନେଶ୍ବର ଆଦି ପ୍ରାଚୀନ ଶୈବପୀଠକୁ ଯାଇଥିଲେ ।ତ୍ରୀବେଣୀ ସଂଗମରୁ ପାଣି ନେଇ ରାମେଶ୍ବରଙ୍କ ମୁଣ୍ଡରେ ଢାଳିଳେ କୋଟି ଜନ୍ମର ପାପ ଧୋଇ ହୋଇ ପୁଣ୍ୟ ମିଳେ ଭକ୍ତମାନଙ୍କର ବିଶ୍ବାସ ରହି ଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ରାମେଶ୍ବର ମନ୍ଦିରରେ ।Conclusion:ମନ୍ଦିର କମିଟୀ ଗୁଡିକ ଓ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ ପକ୍ଷରୁ ଶ୍ରଦ୍ଧାଳୁ ଓ ବୋଲବମ ଭକ୍ତମାନଙ୍କୁ ସହରର ବିଭିନ୍ନ ଯାଗା ଓ ମନ୍ଦିର ପ୍ରାଂଗଣ ଗୁଡିକରେ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଓ ବୋଲବମ ଭକ୍ତମାନଙ୍କ ପାଇଁ ପିଇବା ପାଣି ଓ ବିଶ୍ରାମ ଯାଗା ମନ୍ଦିର କମିଟିଗୁଡିକ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.