ETV Bharat / state

ଜବରଦଖଲ ଉଚ୍ଛେଦ କଲା ପୌର ପରିଷଦ

author img

By

Published : May 20, 2021, 1:48 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ନବ ନିର୍ମିତ ଶିଶୁ ଓ ମାତୃ କେନ୍ଦ୍ର ରାସ୍ତା କଡରେ ଜବର ଦଖଲ କରି ରହୁଥିବା ପରିବାର ମାନଙ୍କୁ ସରକାରୀ ଜମିରୁ ହଟେଇଲା ଜିଲ୍ଲା ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ । ଅଧିକ ପଢନ୍ତୁ...

ସରକାରୀ ଜମିରେ ରହୁଥିବା ପରିବାରକୁ ଉଚ୍ଛେଦ କଲା ସଦର ପୌର ପରିଷଦ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଜବର ଦଖଲ ଉଚ୍ଛେଦ କରାଯାଇଛି । ଜିଲ୍ଲାର ନବ ନିର୍ମିତ ଶିଶୁ ଓ ମାତୃ କେନ୍ଦ୍ର ରାସ୍ତା କଡରେ ଜବର ଦଖଲ କରି ରହୁଥିବା ପରିବାର ମାନଙ୍କୁ ସରକାରୀ ଜମିରୁ ହଟେଇ ଦିଆଯାଇଛି । ସ୍ପିନିଂ ମିଲ ଡି କଲୋନୀ ପଛ ପାଖରେ ନୂତନ ଭାବେ ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ର ତିଆରି କରାଯାଇଥିବା ବେଳେ ପ୍ରାୟ 20ରୁ ଅଧିକ ପରିବାର ରାସ୍ତା ପାର୍ଶ୍ବରେ ଜବର ଦଖଲ କରି ରହି ଆସୁଥିଲେ ।

ତେବେ ପୂର୍ବରୁ 18 ଗୋଟି ପରିବାରକୁ ସଦର ତହସିଲଦାର ନୋଟିସ ଦେବା ପରେ ସେମାନେ ଜବର ଦଖଲ ଯାଗାକୁ ଛାଡି ଦେଇଥିଲେ । ହେଲେ କିଛି ଲୋକ ପ୍ରଶାସନିକ ନିର୍ଦେଶକୁ ବେଖାତିର କରିବାରୁ ଆଜି ମାଜିଷ୍ଟ୍ରେଟ ଓ ପୋଲିସ ସହାୟତାରେ ପୌର ପରିଷଦ ଜବର ଦଖଲ ଉଚ୍ଛେଦ କରିଛି । ତେବେ ଏହି ମହାମାରୀ ସମୟରେ ଏହି ପରିବାରଙ୍କୁ ଉଚ୍ଛେଦ କରାଯାଇଥିବାରୁ ସେମାନଙ୍କୁ ସହରର ଭିନ୍ନ ଏକ ଯାଗାରେ ଥଇଥାନ କରିବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.