ETV Bharat / state

ଜବରଦଖଲ ଉଚ୍ଛେଦକୁ ନେଇ ରୁଗୁଡିପାଲି ଗାଁରେ ଉତ୍ତେଜନା - ରାସ୍ତା ପ୍ରଶସ୍ତିକରଣ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ରୁଗୁଡିପାଲି ଗାଁରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଜବର ଦଖଲ ଉଚ୍ଛେଦକୁ ନେଇ  ରୁଗୁଡିପାଲି ଗାଁରେ ଉତ୍ତେଜନା

author img

By

Published : Oct 29, 2021, 3:04 PM IST

ସୁବର୍ଣ୍ଣପୁର: ସଦର ବ୍ଳକ ରୁଗୁଡିପାଲି ଗାଁରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସଦର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ତେବେ ଉଚ୍ଛେଦ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ସରକାରୀ ଯାଗା ମାଡି ବସିଥିବା କିଛି ପରିବାର ଏହାକୁ ବିରୋଧ କରିବା ସହିତ ଉକ୍ତ ସ୍ଥାନରେ ଧାରଣାରେ ବସିଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଜବର ଦଖଲ ଉଚ୍ଛେଦକୁ ନେଇ ରୁଗୁଡିପାଲି ଗାଁରେ ଉତ୍ତେଜନା

ତେବେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାସ୍ତାର ଗୋଟିଏ ପାର୍ଶ୍ବରେ ଜବରଦଖଲ ଉଚ୍ଛେଦ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଯଦି ରାସ୍ତାର ଉଭୟ ପାର୍ଶ୍ବରେ ଆବଶ୍ୟକ କରୁଥିବା ଯାଗା ଉଚ୍ଛେଦ କରାଯାଏ ତେବେ ତାହା ସର୍ବମାନ୍ୟ ହେବ ବୋଲି ଗାଁଲୋକେ କହିଛନ୍ତି । ତେବେ ରାସ୍ତା ପ୍ରଶସ୍ତିକରଣ ପାଇଁ ପୂର୍ବରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ଦବରଦଖଲକାରୀ ମାନେ ଏହାକୁ ବିରୋଧ କରିଥିଲେ ।

ନନ୍ଦନମାଲରୁ ଖଲିଆପାଲିକୁ ଯାଉଥିବା ଏହି ରାସ୍ତା ପାଇଁ ଆବଶ୍ୟକ କରୁଥିବା ସରକାରୀ ଯାଗା ଆଜି ଉଚ୍ଛେଦ କରାଯାଉଥିବା ବେଳେ ଗାଁଲୋକେ ରାସ୍ତାର ଉଭୟ ପାର୍ଶ୍ବର ଯାଗା ଖାଲି କରିବାକୁ ଅନୁରୋଧ କରିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତହସିଲଦାର ମନା କରିବାରୁ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ସଦର ଆଇଆଇସି, ଏସଡିପି ଓ ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜବରଦଖଲକାରୀଙ୍କ ବିରୋଧ ସତ୍ତ୍ବେ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.