ETV Bharat / state

ହାତୀ ଉପଦ୍ରବ ପ୍ରତିବାଦରେ ରାସ୍ତାରୋକ - ଝାରବାହାଲି ଛକ ରାସ୍ତାରୋକ

ଜଙ୍ଗଲରୁ ହାତୀ ଜନବସତି ମୁହାଁ ହୋଇ ଫସଲ ଖାଇଯାଉଛନ୍ତି । ତାହାର ପ୍ରତିକାର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଝାରବାହାଲି ଛକରେ ଜନସାଧାରଣ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ...

ହାତୀ ଉପଦ୍ରବ ପ୍ରତିବାଦରେ ରାସ୍ତାରୋକ
ହାତୀ ଉପଦ୍ରବ ପ୍ରତିବାଦରେ ରାସ୍ତାରୋକ
author img

By

Published : Nov 11, 2021, 6:34 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବ୍ଲକର ଝାରବାହାଲି ଛକରେ ଜନସାଧାରଣ ରାସ୍ତାରୋକ କରିଛନ୍ତି । ସମ୍ବଲପୁର-ଧର୍ମଶାଳା ରାଜ୍ୟ ରାଜପଥ ଅବରୋଧ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜକୁ ପ୍ରାୟ 15 ଦିନ ହେଲା ଝାରବାହାଲି ଅଞ୍ଚଳରେ ବଣୁଆଁ ହାତୀଙ୍କ ଉପଦ୍ରବ ବଢିଚାଲିଛି । ଦୀର୍ଘ ଦିନ ହେବ ସିଂହାସନ ଜଙ୍ଗଲରେ ରହୁଥିବା ହାତୀ ଏହି ଅଞ୍ଚଳକୁ ଆସି ଅନେକ ଧନଜୀବନ କ୍ଷତି କରୁଛନ୍ତି । ବିଶେଷକରି ଧାନ ଅମଳ ସମୟରେ ଜଙ୍ଗଲରୁ ହାତୀ ଜନବସତି ମୁହାଁ ହୋଇ ଫସଲ ଖାଇଯାଉଛନ୍ତି । ଅନେକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ତେବେ ଉଲୁଣ୍ଡା ରେଞ୍ଜ କର୍ମଚାରୀମାନେ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ହାତୀ ଉପଦ୍ରବ ପ୍ରତିବାଦରେ ରାସ୍ତାରୋକ

ଝାରବାହାଲି ଅଞ୍ଚଳରେ ଥିବା ହାତୀପଲକୁ ପୁଣି ସିଂହାସନ ଜଙ୍ଗଲକୁ ଘଉଡାଇବା ଦାବିରେ ଜନସାଧାରଣ ଏହି ଆନ୍ଦୋଳନ କରିଛନ୍ତି । ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବା ସହିତ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ସିଂହାସନ ଜଙ୍ଗଲ ଅଞ୍ଚଳରେ ଟ୍ରେଞ୍ଜ ଖୋଲିବା ସହିତ ବନ୍ୟଜନ୍ତୁ ସୁରକ୍ଷା ବିଦ୍ୟୁତ ଲଗାଇବାକୁ ଦାବି କରିଛନ୍ତି । ତୁରନ୍ତ ଏହାର ସମାଧାନ କରାନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି । ଉଲୁଣ୍ଡା ରେଞ୍ଜ ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.