ETV Bharat / state

ଖେଳ ପଡିଆ ମଧ୍ୟରେ ରାସ୍ତା ତିଆରି ନକରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ - playground

ସୁବର୍ଣ୍ଣପୁର ସହରର ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ହେଉଛି। ହେଲେ ପ୍ରଶାସନ ପକ୍ଷରୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ଜବର ଦଖଲ ଉଚ୍ଛେଦ କରାଯାଇ ନଥିବାରୁ ଏବେ ରୟାଲ ଖେଳ ପଡିଆ କ୍ଷତିଗ୍ରସ୍ତ ହେଉଛି।

road problem
ଖେଳ ପଡିଆ ମଧ୍ୟରେ ରାସ୍ତା ତିଆରି ନକରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ
author img

By

Published : Jun 5, 2020, 3:05 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ହେଉଛି। ହେଲେ ପ୍ରଶାସନ ପକ୍ଷରୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ଜବର ଦଖଲ ଉଚ୍ଛେଦ କରାଯାଇ ନଥିବାରୁ ଏବେ ରୟାଲ ଖେଳ ପଡିଆ କ୍ଷତିଗ୍ରସ୍ତ ହେଉଛି।

ଖେଳ ପଡିଆ ମଧ୍ୟରେ ରାସ୍ତା ତିଆରି ନକରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ

ଜବର ଦଖଲ ଉଚ୍ଛେଦ କରାଯାଇଥିଲେ ରାସ୍ତାଟି ସିଧା ହେବା ସହିତ ଖେଳ ପଡ଼ିଆର ଯାଗାର ସୁରକ୍ଷା ହୋଇଥାନ୍ତା। ରାସ୍ତା ପ୍ରଶସ୍ତୀକରଣ ପାଇଁ ଦଳ ମତ ନିର୍ବିଶେଷରେ ଜିଲ୍ଲା ପ୍ରଶାସନକୁ ଖେଳ ପଡ଼ିଆର ଯାଗାକୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରାଯାଇଥିଲା।

ହେଲେ ଜବର ଦଖଲକାରୀଙ୍କୁ ଉଚ୍ଛେଦ ନକରି ଖେଳ ପଡିଆ ଯାଗାରେ ରାସ୍ତା ତିଆରି ହେଉଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ତେବେ ଏବେ ବି ଖେଳ ପଡ଼ିଆର ଯାଗାକୁ ନଷ୍ଟ ନକରି ରାସ୍ତା ତିଆରି କରିବା ପାଇଁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.