ETV Bharat / state

ଅର୍ଦ୍ଧନିର୍ମିତ ଫୋରଲେନ ରାସ୍ତାକୁ ନେଇ ତେଜୁଛି ଅସନ୍ତୋଷ - ଅର୍ଦ୍ଧନିର୍ମିତ ଫୋରଲେନ ରାସ୍ତାକୁ ନେଇ ତେଜୁଛି ଅସନ୍ତୋଷ

ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ଫୋର ଲେନ ଅର୍ଦ୍ଧନିର୍ମିତ ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ

ଅର୍ଦ୍ଧନିର୍ମିତ ଫୋରଲେନ ରାସ୍ତାକୁ ନେଇ ତେଜୁଛି ଅସନ୍ତୋଷ

author img

By

Published : May 29, 2022, 1:30 PM IST

ସୁବର୍ଣ୍ଣପୁର: ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ଫୋର ଲେନ ଅର୍ଦ୍ଧନିର୍ମିତ ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ । ରାସ୍ତା କାମ ଅଧାରେ ଥିବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାକୁ ଏଡେଇବା ପାଇଁ ଗତ ୧୯ ତାରିଖରେ ରାତିରେ କୁନି କୁନି ପିଲାମାନେ ମିଳିମିଶି ରାସ୍ତା ମରାମତି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ଅର୍ଦ୍ଧନିର୍ମିତ ଫୋରଲେନ ରାସ୍ତାକୁ ନେଇ ତେଜୁଛି ଅସନ୍ତୋଷ

ତେବେ ଏହି ଖବରଟି ପ୍ରସାରଣ ହେବା ପରେ ସହରର ବୁଦ୍ଧିଜୀବୀମାନଙ୍କୁ ଘଟଣାଟି ଆନ୍ଦୋଳିତ କରିଛି । ସହରବାସୀ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିନ୍ଦା କରିଛନ୍ତି । ପ୍ରକାଶଥାଉ କି, ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ତିନି କିଲୋମିଟର ଛଅ ଶହ ମିଟର ଫୋରଲେନ ରାସ୍ତା ନିର୍ମାଣ ଚାଲିଛି । ପ୍ରାୟ ୬ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ଏହି ରାସ୍ତା କାର୍ଯ୍ୟ ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲା ୫୦ ପ୍ରତିଶତ ମଧ୍ୟ ଶେଷ ହୋଇ ନାହିଁ ।

ତେବେ ୨୦ ମିଟର ପ୍ରଶସ୍ତ ଏହି ରାସ୍ତାଟି ନିର୍ମାଣ କରିବା ପାଇଁ ୧୧୬୫ଟି ଗଛ କାଟି ଦିଆଯାଇଥିବା ବେଳେ ଏଯାଏଁ ଘରୋଇ ଜମି ଅଧିଗ୍ରହଣ ଓ ବିଦ୍ୟୁତ ଖୁଣ୍ଟ ଅପସାରଣ କାର୍ଯ୍ୟ ମଧ୍ୟ ସରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.