ETV Bharat / state

ଲାଞ୍ଚ ନେଇ ଫସିଲେ ସରକାରୀ ଅଫିସର - ଜିଲ୍ଲା ଭିଜିଲାନ୍ସ ହାତରେ ଗିରଫ

ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଆଜି ଜିଲ୍ଲା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅଢେଇ ହଜାର ଟଙ୍କା ନେବା ବେଳେ ଧରିଛି ଭିଜିଲାନ୍ସ ଟିମ ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 23, 2019, 7:41 PM IST

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଆଜି ଜିଲ୍ଲା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ଅଧିନସ୍ଥ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ପ୍ରଦୀପ ନିଜ ଜମି ଡିମାର୍କେସନ ବା ଜମି ଚିହ୍ନଟ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହି ଡିମାର୍କେସନ ପାଇଁ ରାଜସ୍ବ ନିରୀକ୍ଷକ ପ୍ରଦୀପଙ୍କୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ପ୍ରଦୀପ ଅଢେଇ ହଜାର ଟଙ୍କା ଦେବେ କହି ଜିଲ୍ଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଦୀପ ତହସିଲ କାର୍ଯ୍ୟାଳୟକୁ ଯାଇ ରାଜସ୍ବ ନିରୀକ୍ଷକଙ୍କୁ ଡିମାର୍କେସନ ପାଇଁ ଅନୁରୋଧ କରିଥିଲେ ।

ରାଜସ୍ବ ନିରୀକ୍ଷକଙ୍କୁ ଅଢେଇ ହଜାର ଟଙ୍କା ଦେବା ପରେ ତାଙ୍କୁ ଡିମାରକେସନ ପାଇଁ କହିଥିଲେ । ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟରେ ଛପି ରହିଥିବା ଜିଲ୍ଲା ଭିଜିଲାନ୍ସ କର୍ମଚାରୀମାନେ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତଙ୍କ ପାଖରୁ ପ୍ରଦୀପ ପ୍ରଦାନ କରିଥିବା ଅଢେଇ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ । ଆବଶ୍ୟକ ଅନୁସନ୍ଧାନ କରିବା ପରେ ଜିଲ୍ଲା ଭିଜିଲାନ୍ସ ପ୍ରଦୀପକୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଛି । ପ୍ରଦୀପଙ୍କ ନାଁରେ ଏକ ଲାଞ୍ଚ ମାମଲା ରୁଜୁ କରିବା ସହିତ ଆଜି ବଲାଙ୍ଗୀର ଭିଜିଲାନସ କୋର୍ଟକୁ ଚାଲାଣ କରିବ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଆଜି ଜିଲ୍ଲା ଭିଜିଲାନସ୍ ହାତରେ ଗିରଫ ହୋଇଛନ୍ତି ।ବୀରମହାରାଜପୁର ତହସିଲ ଅଧିନସ୍ତ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଂକା ଲାଂଚ ନେବା ସମୟରେ ଭିଜିଲାନସ ଦ୍ବାରା ଧରାପଡିଛନ୍ତି ।ପ୍ରଦୀପ ନିଜ ଜମି ଡିମାରକେସନ ବା ଜମି ଚିହ୍ନଟ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ ।ଏହି ଡିମାରକେସନ ପାଇଁ ରାଜସ୍ବ ନିରୀକ୍ଷକ ପ୍ରଦୀପଙ୍କୁ ପାଂଚ ହଜାର ଟଂକା ଦାବୀ କରିଥିଲେ ।ପ୍ରଦୀପ ଅଢେଇ ହଜାର ଟଂକା ଦେବେ କହି ଜିଲ୍ଲା ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ ।ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଦୀପ ତହସିଲ କାର୍ଯ୍ୟାଳୟକୁ ଯାଇ ରାଜସ୍ବ ନିରୀକ୍ଷକଙ୍କୁ ଡିମାରକେସନ ପାଇଁ ଅନୁରୋଧ କରିଥିଲେ ।Body:ରାଜସ୍ବ ନିରୀକ୍ଷକଙ୍କୁ ଅଢେଇ ହଜାର ଟଂକା ଦେବା ପରେ ତାଙ୍କୁ ଡିମାରକେସନ ପାଇଁ କହିଥିଲେ ।ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟରେ ଛପି ରହିଥିବା ଜିଲ୍ଲା ଭିଜିଲାନସ କର୍ମଚାରୀମାନେ ରାଜସ୍ବ ନିରୀକ୍ଷକଙ୍କ ଅରୁଣ କୁମାର ପୁରୋହିତଙ୍କ ପାଖରୁ ପ୍ରଦୀପ ପ୍ରଦାନ କରିଥିବା ଅଢେଇ ହଜାର ଲାଂଚ ଟଂକା ଜବତ କରିଥିଲେ ।ଆବଶ୍ୟକ ଅନୁସଂଧାନ କରିବା ପରେ ଜିଲ୍ଲା ଭିଜିଲାନସ ପ୍ରଦୀପକୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଛି ।ପ୍ରଦୀପଙ୍କ ନାଁରେ ଏକ ଲାଂଚ ମାମଲା ରୁଜୁ କରିବା ସହିତ ଆଜି ବଲାଂଗିର ଭିଜିଲାନସ କୋର୍ଟକୁ ଚାଲାଣ କରିବ ।
ବାଇଟ-1-ଦିଲ୍ଲୀପ କର , ଡିଏସପି ,ଭିଜିଲାନସ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.