ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି଼, ବାଇକରେ ବୁହା ହେଲା ମୃତଦେହ - ସୁବର୍ଣ୍ଣପୁର ବାଇକରେ ବୁହା ହେଲା ମୃତଦେହ

ମହାପ୍ରୟାଣ ଗାଡି଼ ନମିଳିବାରୁ ବାଇକରେ ବୁହା ହେଲା ମୃତଦେହ। ଏଭଳି ଏକ ସମ୍ବେଦନସୀଳ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଅଧିକ ପଢ଼ନ୍ତୁ

ମିଳିଲାନି ମହାପ୍ରୟାଣ ଗାଡି଼, ବାଇକରେ ବୁହା ହେଲା ମୃତଦେହ

author img

By ETV Bharat Odisha Team

Published : Sep 24, 2023, 10:53 PM IST

ମିଳିଲାନି ମହାପ୍ରୟାଣ ଗାଡି଼, ବାଇକରେ ବୁହା ହେଲା ମୃତଦେହ

ସୁବର୍ଣ୍ଣପୁର: ପୁଣି ବାଇକରେ ବୁହା ଦେଲା ମୃତଦେହ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ମୃତଦେହ ପରିବହନ ବ୍ୟବସ୍ଥା ଯୋଗୁଁ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଅନେକ ସମୟରେ ନଜରକୁ ଆସୁଛି । ମହାପ୍ରୟାଣ ଗାଡ଼ି ଠିକ ସମୟରେ ମିଳୁ ନଥିବା ବେଳେ ଦୂର ବାଟକୁ ମୃତଦେହକୁ କାନ୍ଧେଇ ନେବା ବି ସମ୍ଭବପର ହେଉନାହିଁ । ଫଳରେ ଲୋକେ କେତେବେଳେ ଠେଲା ଗାଡି ତ ଆଉ କେତେବେଳେ ସାଇକେଲ ଓ ମୋଟର ସାଇକେଲ ଆଦିରେ ମୃତଦେହ ବୋହି ନେବା ପରି ସମ୍ବେଦନଶୀଳ ଦୃଶ୍ୟ ଆମ ନଜରକୁ ଆସୁଛି ।

ତେବେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗାଁରେ ଗୁଲାପି ବେହେରା(୪୫)ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ଗ୍ରାମର ଅଟନ୍ତି । ତେବେ ପ୍ରାୟ ୪ ମାସ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହେବାରୁ ଅମରପାଲିସ୍ଥିତ ତାଙ୍କ ଭଉଣୀ ଜ୍ବାଇଁ ମହିମତ ଭେଷରଙ୍କ ଘରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିବାରୁ ଡାକ୍ତରଖାନାକୁ ମଧ୍ୟ ଯାଇ ପାରିନଥିଲେ ।

ତେବେ ଆଜି ମହିଳା ଜଣଙ୍କର ମୃତ୍ୟୁ ହେବା ପରେ ତାଙ୍କ କେଶାପାଲି ଗ୍ରାମର ଘର ଲୋକଙ୍କୁ ଖବର ଦିଆ ହୋଇଥିଲା। ସେପଟେ ଖବର ପାଇ ତାଙ୍କ ଘର ଲୋକେ ଆସିଥିଲେ ମଧ୍ୟ ମୃତଦେହକୁ ନେବା ପାଇଁ ଗାଡିମଟର ଯୋଗାଡ କରି ପାରି ନଥିଲେ। ଏପରି କି ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରି ବିଫଳ ହୋଇଥିଲେ । ପରିବାରର ସମସ୍ତେ କୁଲି ମଜୁରୀ କରି ଚଳୁ ଥିବାରୁ ମୃତଦେହକୁ ନେବା ପାଇଁ ଘରୋଇ ଗାଡ଼ିଭଡା କରି ପାରିନଥିଲେ । ତେବେ ଅନ୍ୟ କିଛି ଉପାୟ ନପାଇ ବାଧ୍ୟ ହୋଇ ମୃତଦେହକୁ ଏକ ବାଇକରେ ଦୁଇ ଜଣ ଯୁବକ ତାଙ୍କ ଘର କେଶାପାଲିକୁ ନେଇ ଯିବା ପାଇଁ ସ୍ଥିର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....Shocking: ପୋଷ୍ଟମର୍ଟମ ପାଇଁ ପୁଅର ମୃତଦେହକୁ ୭୦ କିମି ବାଇକରେ ବୋହିଲେ ବାପା

ସେପଟେ ଏନେଇ ସ୍ଥାନୀୟ ରାଜନୈତିକ ଲୋକ ପ୍ରତିନିଧି ଓ ତୃଣମୂଳ ସରକାରୀ କର୍ମଚାରୀମାନେ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ସହଯୋଗର ହାତ ବଢ଼େଇ ନଥିଲେ । ଦୂର ବାଟ ହେଉଥିବାରୁ ମୃତଦେହକୁ କାନ୍ଧେଇ ବୋହି ନେବା ସମ୍ଭବ ହୋଇ ନଥିଲା । ପରିଶେଷରେ ଦୁଇ ଜଣ ଯୁବକ ମୃତଦେହକୁ ମୋଟର ସାଇକେଲ ଯୋଗେ ନେଇଥିଲେ । ତେବେ ମୃତ୍ୟୁ ପରେ ମୃତଦେହ ପ୍ରତି ଏଭଳି ଅସମ୍ମାନ ହେଉଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.