ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଲଓ୍ବେ ପ୍ରକଳ୍ପ ବାଟ ଓଗାଳୁଛି ଜମିଅଧିଗ୍ରହଣ

ଖୋର୍ଦ୍ଧା-ବଲାଙ୍ଗିର ରେଲଓ୍ବେ ଲାଇନ ତିଆରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଛି ଭାରତୀୟ ରେଳ ବିଭାଗ । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ରେଳ ଲାଇନ ଓ ଷ୍ଟେସନ ପାଇଁ ଜମିଅଧିଗ୍ରହଣ କାର୍ଯ୍ୟ ଅହେତୁକ ଭାବେ ବିଳମ୍ବ ହେଉଛି । ଏନେଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଜନସାଧାରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 14, 2019, 3:42 AM IST

ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଲଓ୍ବେ ଲାଇନ ତିଆରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଛି ଭାରତୀୟ ରେଳ ବିଭାଗ । ବ୍ରିଟିସ ଶାସନ ସମୟରେ ପ୍ରସ୍ତାବିତ ଏହି ରେଳ ଲାଇନ ଆଗାମୀ 2022 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ମଧ୍ୟ ଜମି ଯୋଗାଇଦେବା ପାଇଁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ରେଳ ଲାଇନ ଓ ଷ୍ଟେସନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅହେତୁକ ଭାବେ ବିଳମ୍ବ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଫଳରେ ବହୁ ପ୍ରତିକ୍ଷିତ ଏହି ରେଳ ଲାଇନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ଆଶା ଓ ସନ୍ଦେହର ଦୋଛକିରେ ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାବାସୀ । ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଜନସାଧାରଣ ।

ସୁବର୍ଣ୍ଣପୁର ଜିଲ୍ଲାରେ 547 ଏକର ରୟତି କିସମର ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଅଛି । ବର୍ତ୍ତମାନ ବଲାଙ୍ଗିର ପଟୁ ରେଲଓ୍ବେ ଲାଇନ ଭଏଁସା ପାଲି ପର୍ଯ୍ୟନ୍ତ 27 କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଅହେତୁକ ଭାବେ ବିଳମ୍ବ ହୋଇଛି । ଫଳରେ ରେଲଓ୍ବେ ଲାଇନ କାର୍ଯ୍ୟ ଆରମ୍ଭ ହୋଇ ଅଟକି ପଡି ରହିଛି ।

ଏପଟେ ରେଳ ଲାଇନ ବଲାଙ୍ଗିର ପଟରୁ ଭଏଁସା ପାଲି ଯାଏଁ ମାତ୍ର 27 କିଲୋମିଟର କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାଦେଇ ଏହି ରେଳ ଲାଇନ ଖୋର୍ଦ୍ଧା ଯାଏଁ ଯିବାକୁ ଥିବା ବେଳେ ଜିଲ୍ଲାରେ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ହୋଇ ପାରୁନାହିଁ ।

298 କିଲୋମିଟର ଏହି ରେଳ ଲାଇନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ 30ଟି ଗାଁର ପ୍ରାୟ 547 ଏକର ରୟତି କିସମର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି । ହେଲେ ଏଯାଏଁ ମାତ୍ର 14ଟି ମୌଜାରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି । 103 ଏକର ସରକାରୀ ଜମି ଓ ବଲାଙ୍ଗୀର ସୀମାରୁ ଖମ୍ବେଶ୍ବରୀ ପାଲି ପର୍ଯ୍ୟନ୍ତ ରୟତି ଜମି ରେଲୱେ ବିଭାଗକୁ ହସ୍ତାନ୍ତର ହୋଇଛି ।

ହେଲେ ଖମ୍ବେଶ୍ବରୀ ପାଲିରୁ ସୁବର୍ଣ୍ଣପୁର ସହର ଯାଏଁ ପ୍ରାୟ 16 କିଲୋମିଟର ରାସ୍ତା ପାଇଁ ଘରୋଇ ଜମି ଅଧିଗ୍ରହଣ ଆରମ୍ଭ ହୋଇନାହିଁ । ଅପରପକ୍ଷରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.