ETV Bharat / state

କାଳବୈଶାଖୀରେ ଉଜୁଡିଗଲା ରବି ଧାନ ଫସଲ - Rabi paddy

କାଳବୈଶାଖୀରେ ଝଡ଼ିଗଲା ରବି ଧାନ। ଚିନ୍ତାରେ ଚାଷୀକୂଳ । ଅଧିକ ପଢନ୍ତୁ....

Rabi paddy fell due to heavy rainfall
କାଳବୈଶାଖୀରେ ଝଡ଼ିଗଲା ରବି ଧାନ
author img

By

Published : May 10, 2020, 11:15 AM IST

ସୁବର୍ଣ୍ଣପୁର: ରବି ଋତୁରେ କାଳବୈଶାଖୀ ଓ ଘୁର୍ଣ୍ଣି ଝଡରେ ରବି ଧାନ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । କେତେବେଳେ ଅଦିନିଆ ପ୍ରବଳ ବର୍ଷା ତ କେତେବେଳେ କୂଆପଥର ମାଡରେ ଫସଲ ଉଜୁଡି ଯାଉଛି । ଧାନ କାଟିବା ପୂର୍ବରୁ ଅଦିନିଆ ତୁହାକୁତୁହା ବର୍ଷା ଓ ପବନ ଯୋଗୁଁ ଧାନ ଝଡ଼ିବା ସହିତ କେଣ୍ଡା ଧାନସବୁ ବିଲରେ ଶୋଇ ପଡ଼ିଛି ।

କାଳବୈଶାଖୀରେ ଝଡ଼ିଗଲା ରବି ଧାନ

ଧାନ କ୍ଷେତରୁ ଚାଷୀ ଖଳାରେ ଅମଳ କରିବା ସମୟରେ ଚାଷୀ କ୍ଷତି ସହୁଛି । ସୁବର୍ଣ୍ଣପୁର ହୀରାକୁଦ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ଚାଷୀ ଆଉ ହାରବେଷ୍ଟର ବ୍ୟବହାର କରି ପାରୁ ନାହିଁ । କୃଷି ଶ୍ରମିକ ଅଭାବ ସହିତ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷୀ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଉଭୟ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.