ସୁବର୍ଣ୍ଣପୁର: ପେନସନଧାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ ସୁବର୍ଣ୍ଣପୁର ଶାଖାର ଅବସରପ୍ରାପ୍ତ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଜିଲ୍ଲା ମୁଖ୍ୟ ଡାକଘର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଜିଲ୍ଲା ଶାଖାର ବରିଷ୍ଠ କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ପାତ୍ରଙ୍କ ନେତୃତ୍ବରେ ଏହି କର୍ମଚାରୀ ମାନେ ଦୁଇ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ମାସିକ ପେନସନ 9000ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ,ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ସହ ସମସ୍ତ ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି ହୋଇଛି ।
ବିକ୍ଷୋଭରେ ଅର୍ଦ୍ଧ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ଅଵସର ନେଇଥିବା କର୍ମଚାରୀ ମାନେ ଯୋଗ ଦେଇଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ