ETV Bharat / state

ବକେୟା ପାଉଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - protest infront of collector office

ବକେୟା ପାଉଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ସୁବର୍ଣ୍ଣପୁର ପ୍ରବର୍ତ୍ତକ ତଥା ପ୍ରବର୍ତ୍ତିକ ସଙ୍ଘ । ଅଧିକ ପଢନ୍ତୁ...

ବକେୟା ପାଉଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jan 29, 2021, 9:01 PM IST

ସୁବର୍ଣ୍ଣପୁର: ବକେୟା ପାଉଣା ଦାବିରେ ଜିଲ୍ଲା ପ୍ରବର୍ତ୍ତକ ତଥା ପ୍ରବର୍ତ୍ତିକା ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ବକେୟା ପାଉଣା ଦାବି ନେଇ ଜିଲ୍ଲା ଜଳ ଓ ପରିମଳ ବିଭାଗ ପାଖରେ ବାରମ୍ବାର ଦାବି ବିନତି ପରେ ବି କେହି ନ ଶୁଣିବାରୁ ଏହି ସ୍ବେଚ୍ଛାସେବୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ବକେୟା ପାଉଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲାକୁ ସରକାର ଶତ ପ୍ରତିଶତ ବାହ୍ୟ ମଳମୁକ୍ତ ଘୋଷଣା କରିଛନ୍ତି । ହେଲେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପାଇଖାନା ତିଆରି କରିବା ଓ ସେସବୁ ବ୍ୟବହାର କରିବା, ପାଣିର ବ୍ୟବସ୍ଥା କରିବା ଆଦି ଜନସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରବର୍ତ୍ତକ ତଥା ପ୍ରବର୍ତ୍ତିକାମାନେ ସରକାର ଧାର୍ଯ୍ୟ କରିଥିବା ଆର୍ଥିକ ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି । ଏଣୁ ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ବକେୟା ପାଉଣା ପ୍ରଦାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.