ସୁବର୍ଣ୍ଣପୁର: ଏବେ ଯୁବ ସମାଜକୁ ଘାରିଛି ସୁସ୍ଥ ସ୍ବାସ୍ଥ୍ୟ ଓ ସୁନ୍ଦର ଚେହେରାର ନିଶା । ଯୋଗାସନ,ପ୍ରାଣାୟାମ ତଥା ବ୍ୟାୟାମ କରିବା ସହିତ ପୃଷ୍ଟିକର ଖାଦ୍ୟ ଖାଇବା ଉପରେ ବିଶେଷ ଧ୍ୟାନ ଦେଉଛି ଯୁବ ସମାଜ । ଏପରିକି ବଡି ବିଲ୍ଡିଂ ଆଦି ପ୍ରତିଯୋଗୀତାରେ ଭାଗ ନେଇ ନିଜର ସ୍ବାସ୍ଥ୍ୟ ପ୍ରଦର୍ଶନ କରିବା ଝୁଙ୍କ୍ ବି ରହିଛି ।
ଏଥର ଦ୍ବୀତିୟ ବର୍ଷ ପାଇଁ ସୁବର୍ଣ୍ଣପୁର ସହରର ଭୀମଭୋଇ କଳାମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା । ଆଗାମୀ ରବିବାର ଦିନ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିଯୋଗୀ ନିଜକୁ ସାମିଲ କରିବେ ବୋଲି ବଡି ବିଲଡିଂ ଏସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗୀତାର ଆୟୋଜନ ସଂପର୍କରେ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଶ୍ରୀବତ୍ସ ମଲ୍ଲିକ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ