ETV Bharat / state

ଜବରଦଖଲକାରୀଙ୍କ କବଜାରେ ସୁବର୍ଣ୍ଣପୁର

ସରକାରୀ ଜମି, ବଡ ବଡିଆଙ୍କ ରାଜ । ମାଲାମାଲ ଜବରଦଖଲକାରୀ, ପ୍ରଶାସନ ଚୁପ । କେବେ ଉଚ୍ଛେଦ ହେବେ ଜବରଦଖଲକାରୀ ?

author img

By

Published : Jul 23, 2019, 3:02 PM IST

Updated : Jul 23, 2019, 7:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ବଢିଚାଲିଛି ସରକାରୀ ଜମି ଜବରଦଖଲ । ଅଧିକାଂଶ ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଚାରୋଟି ୟୁନିଟର ମୂଲ୍ୟବାନ ଜମି ପୂର୍ବତନ ବିଧାୟକ, ପୂର୍ବତନ ନଗରପାଳ, ସରକାରୀ ଓକିଲ, ସାମ୍ବାଦିକ, ଶିକ୍ଷକ ତଥା ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି । ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଐତିହାସିକ ସହର ସୁବର୍ଣ୍ଣପୁର । ସହରର ବସ୍ତି ଅଞ୍ଚଳରେ ସାଧାରଣ ଲୋକେ ସରକାରୀ ଜମିରେ କୁଡିଆ ଘର ତିଆରି କରି ରହୁଛନ୍ତି । ହେଲେ ସରକାରୀ ଜମିକୁ କବଜା କରି ବିଳାସ ପୂର୍ଣ୍ଣ କୋଠା ନିର୍ମାଣ କରିଛନ୍ତି ବଡବଡିଆ । ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଗୋଟିଏ ଗୋଟିଏ ଜବରଦଖଲ ମାମଲା ରୁଜୁ କରି ଚୁପ ହୋଇ ବସିଛି ଜିଲ୍ଲା ପ୍ରଶାସନ । ଭଗବତୀ ପଡା, କୁମ୍ଭାର ପଡା, ପଟାଭାଡି ପଡା, ରାମଜୀ ନଗର, ଝୁପୁଡ଼ି ପଡା, ଖଡାଲ ପଡା ଆଦି ବସ୍ତିଗୁଡିକର ଅଧିକାଂଶ ମୂଲ୍ୟବାନ ଜମି ଜବରଦଖଲ ହୋଇଛି । ରାଜସ୍ବ ଅଧିକାରୀଙ୍କୁ ହାତେଇ ଏବେବି ସହରର ବିଭିନ୍ନ ଜାଗାରେ ଖାଲି ପଡିଥିବା ଜମି ଜବରଦଖଲ ଚାଲିଛି ।

କେବଳ ଜବରଦଖଲ କାହିଁକି, ଏବେ ସରକାରୀ ଜମି ବିକ୍ରି ବି ଚାଲିଛି । ପ୍ରଥମେ ସରକାରୀ ଜମି ଚିହ୍ନଟ କରି ନିଜ ଅଧୀନକୁ ନେଉଛନ୍ତି ଜବରଦଖଲକାରୀ । କିଛିଦିନ ଯିବା ପରେ ସେହି ଜମିକୁ ଭାଗ ଭାଗ କରି ବିଭିନ୍ନ ଲୋକଙ୍କ ପାଖରେ ବିକ୍ରି କରାଯାଉଛି । ସରକାରୀ ଭାବେ 690 ଜଣଙ୍କ ନାଁରେ ଜବରଦଖଲ ମାମଲା ରୁଜୁ କରାଯାଇଛି । ହେଲେ ହଜାରେରୁ ଅଧିକ ଲୋକ ସରକାରୀ ଜମି ଜବରଦଖଲ କରି ରଖିଥିବା ଜଣାପଡିଛି । ଏପରିକି ଜଣେ ଜଣେ ଲୋକ ତିନି ଚାରୋଟି ଯାଗାରେ ଜମି ଜବରଦଖଲ କରି ରଖିଛନ୍ତି ।

ଜବରଦଖଲ ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲା ଇଟିଭି ଭାରତ । ସଦର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ଆସିଛି ଏପରି ସାଙ୍ଘାତିକ ତଥ୍ୟ । ଅଧିକାଂଶ ଜବରଦଖଲ ବଡ ବଡିଆ ହିଁ କରିଛନ୍ତି । ଜବରଦଖଲକାରୀଙ୍କ ସଂଖ୍ୟା, ଜମିର କିସମ ଓ ପରିମାଣରୁ ଜଣାପଡୁଛି ପ୍ରାୟ 8ଶହ କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ହୋଇଛି । ହେଲେ ପ୍ରସଙ୍ଗକୁ ଅତି ହାଲୁକା ଭାବରେ ନେଇଛି ଜିଲ୍ଲା ପ୍ରଶାସନ ।

ଏଠାରେ ପ୍ରଶ୍ନ, ଜବରଦଖଲକାରୀଙ୍କ ପାଇଁ ପ୍ରଶାସନର ଏତେ ଦରଦ କାହିଁକି ? ବଡବଡିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଡରୁଛି କି ପ୍ରଶାସନ ? ନା ଜବରଦଖଲକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ହୋଇଛି କିଛି ଭିତିରିଆ ଡିଲ୍ ? ହେଲେ ଏହା ସତ ଯେ ଯଦି ଏ ସମସ୍ତ ଜମି ଜବରଦଖଲକାରୀଙ୍କୁ ଠାରୁ ପ୍ରଶାସନ ନିଜ ହାତକୁ ନେବ, ତେବେ ଏହାର ବିନିଯୋଗ କରି ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ହେଉଛି। ସହରର ଅଧିକାଂଶ ମୂଲ୍ୟବାନ ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି।ସହରର ଚାରୋଟି ୟୁନିଟର ମୂଲ୍ୟବାନ ଜମି ପୂର୍ବତନ ବିଧାୟକ , ପୂର୍ବତନ ନଗରପାଳ , ସରକାରୀ ଓକିଲ , ସାମ୍ବାଦିକ , ଶିକ୍ଷକ ତଥା ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି।ପ୍ରାୟ 800 କୋଟିର ସରକାରୀ ଜମି ଜବରଦଖଲ ମାଧ୍ୟମରେ ଘରୋଇ ହାତରେ ରହିଛି। ହେଲେ ଜବରଦଖଲକାରୀଙ୍କୁ ଉଛେଦ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହଁ।

ଭିଓ1-ଏହି ଐତିହାସିକ ସହର ସୁବର୍ଣ୍ଣପୁର ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି।ସହରର ବସ୍ତି ଅଞ୍ଚଳରେ ସାଧାରଣ ଲୋକେ ସରକାରୀ ଜମିରେ କୁଡିଆ ଘର ତିଆରି କରି ରହୁଛନ୍ତି । ହେଲେ ବଡ ବଡ଼ିଆ ମାନେ ସରକାରୀ ଜମି କବଜା କରି ବିଳାସ ପୂର୍ଣ କୋଠାଗୁଡ଼ିକ ତିଆରି କରି ଭୋଗ କରୁଛନ୍ତି।

Body:ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଗୋଟିଏ ଗୋଟିଏ ଜବରଦଖଲ ମାମଲା ରୁଜୁ କରି ଚୁପ ହୋଇ ବସିଛି ଜିଲ୍ଲା ପ୍ରଶାସନ।ସହରର ଭଗବତୀ ପଡା , କୁମ୍ଭାର ପଡା , ସାରା ପଟାଭାଡି ପଡା , ରାମଜୀ ନଗର , ଝୁପୁଡ଼ି ପଡା , ଖଡାଲ ପଡା ଆଦି ବସ୍ତିଗୁଡିକର ଅଧିକାଂଶ ମୂଲ୍ୟବାନ ଜମି ମାଡ଼ି ବସିଛନ୍ତି ଲୋକେ।

ବଡ ବଡ଼ିଆ ଲୋକେ ରାଜସ୍ବ ଅଧିକାରୀ ମାନଙ୍କୁ ହାତେଇ ଏବେବି ସହରର ବିଭିନ୍ନ ଜାଗାରେ ଖାଲି ପଡିଥିବା ଜମି ଜବରଦଖଲ କରୁଛନ୍ତି।ନିଜ ନାଁରେ ଏକ ଜବରଦଖଲ ମାମଲା କରେଇ ଜମିସବୁ ନିଜ ଅଧୀନରେ ରଖିଛନ୍ତି।
ବାଇଟ1 ବଳଦେବ ବେଦବାଗ , ଆଇନଜୀବି , ସୁବର୍ଣ୍ଣପୁର।
ଭିଓ2-ଏବେ ସରକାରୀ ଜମି ବିକ୍ରୀ ବ କରୁଛନ୍ତି ଜବରଦଖଲକାରୀ ।ପ୍ରଥମେ ସରକାରୀ ଜମି ଚିହ୍ନଟକରି ନିଜ ଅଧୀନକୁ ନେଉଛନ୍ତି ଜବରଦଖଲକାରୀ। କିଛିଦିନ ଯିବା ପରେ ସେହି ଜମିକୁ ଭାଗ ଭାଗ କରି ବିଭିନ୍ନ ଲୋକଙ୍କ ପାଖରେ ବିକ୍ରୀ କରୁଛନ୍ତି। ସରକାରୀ ଭାବେ 630 ଜଣ ଙ୍କ ନାଁରେ ଜବରଦଖଲ ମାମଲା ରୁଜୁ କରାଯାଇଛି । ହେଲେ ହଜାରେରୁ ଅଧିକ ଲୋକ ସରକାରୀ ମୂଲ୍ୟବାନ ଜମି ଜବରଦଖଲ କରି ରଖିଛନ୍ତି।
ଗୋଟିଏ ଗୋଟିଏ ଲୋକ ତିନି ଚାରୋଟି ଯାଗାରେ ଜମି ଜବରଦଖଲ କରି ରଖିଛନ୍ତି।ଜବରଦଖଲକାରୀଙ୍କୁ ହଟାଇବାକୁ ପ୍ରଶାସନ ଭୟଭୀତ ହୋଇ ପଡିଛି ବୋଲି ଅଭିଯୋଗ ହେଉଛି।
ବାଇଟ2-ଗୋବିନ୍ଦ ମହାରଣା , ସ୍ବେଚ୍ଛାସେବୀ , ସୁବର୍ଣ୍ଣପୁର।
ଭିଓ3-ଜବରଦଖଲ ଉପରେ ଆମେ ଅନୁସନ୍ଧାନ ଆରମ୍ଭ କରି ଜାଣିଲୁ ଯେ ବଡ ବଡ଼ିଆ ପୂର୍ବତନ ଲୋକ ପ୍ରତିନିଧି , ସରକାରୀ କର୍ମଚାରୀ , ସରକାରୀ ଓକିଲ , ଶିକ୍ଷକ ଆଦି ଅନେକ ମୂଲ୍ୟବାନ ଜମି ଜବରଦଖଲ କରି ରଖିଛନ୍ତି। ଆମେ ସଦର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲୁ । ସୂଚନା ତର୍ଜମା କରିବା ପରେ ସବୁ ବଡ ବଡ଼ିଆ ଲୋକେ ମୂଲ୍ୟବାନ ଜମିସବୁ ନିଜ ଅଧୀନରେ ଜବରଦଖଲ କରି ରଖିଥିବା ଜଣା ପଡ଼ିଲା।ଆମେ ଜବରଦଖଲକାରୀଙ୍କ ନାଁ , ବାପାଙ୍କ ନାଁ , ପ୍ଲଟ ନମ୍ବର, ଜମିର କିସମ , ଜମିର ପରିମାଣ , ଖାତା ନମ୍ବର ଆଦି ସୂଚନା ତର୍ଜମା କରିବା ପରେ ପ୍ରାୟ 800 କୋଟି ଟଙ୍କାର ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ଅପରପକ୍ଷରେ ଯେଉଁ ଜାଗାର ଜମିର ଆବଶ୍ୟକତା ରହିଛି ତାକୁ ଜବରଦଖଲକାରୀଙ୍କ ପାଖରୁ ଉଚ୍ଛେଦ କରାଯିବ ବୋଲି ଅତି ହାଲୁକା ଭାବେ ନିଜ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ।
ବାଇଟ 3 ମନୀଷା ବାନାର୍ଜୀ , ଜିଲ୍ଲାପାଳ , ସୁବର୍ଣ୍ଣପୁର।

Conclusion:ବିଦ୍ର-23 ପୃଷ୍ଠା ସରକାରୀ ସୂଚନା ଆଧାରରେ ଏହି investigative ଷ୍ଟୋରୀ କରାଯାଇଛି।
ଏହି storyକୁ investigative segmentରେ ନେଲେ ମୋର ଶ୍ରମ ସାର୍ଥକ ହେବ।
Last Updated : Jul 23, 2019, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.