ETV Bharat / state

ପୋଲିସ ଭ୍ୟାନ ଧକ୍କାରେ 2 ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ - ସୋନପୁର ମହାବିଦ୍ୟାଳୟ

ସୁବର୍ଣ୍ଣପୁର ଜିଲ୍ଲାର ଅର୍ଜୁନପୁର ନିକଟରେ ଘଟିଥିବା ପୋଲିସ ଭ୍ୟାନ-ବାଇକ ଦୁର୍ଘଟଣାରେ ଗାଡିର ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 12, 2019, 8:52 PM IST

ସୁବର୍ଣ୍ଣପୁର: ଅର୍ଜୁନପୁର ନିକଟରେ ଘଟିଥିବା ପୋଲିସ ଭ୍ୟାନ-ବାଇକ ଦୁର୍ଘଟଣାରେ ଗାଡିର ଡ୍ରାଇଭର ବବୁଲୁ ସେଠୀକୁ ପୋଲିସ ଗିରଫ କରିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାଯୋଗ୍ୟ, ସିନ୍ଧିସରା ଗାଁର ଜଳନ୍ଧର ମଲ୍ଲିକ ନିଜ ନାତି ଦେବେନ୍ଦ୍ର ମଲ୍ଲିକଙ୍କ ନାମ ଲେଖାଇବାକୁ ସୋନପୁର ମହାବିଦ୍ୟାଳୟକୁ ମୋଟର ସାଇକେଲ ଯୋଗେ ଯାଉଥିଲେ । ସେହି ସମୟରେ ସୋନପୁର ଜେଲରୁ କଏଦୀମାନଙ୍କୁ ନେଇ ରାମପୁର କୋର୍ଟକୁ ଯାଉଥିବା ପୋଲିସ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସେଠାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ବାଇକ ଦୁର୍ଘଟଣାରେ ଦୁଇ ମୃତ ଘଟଣାରେ ଦୁର୍ଘଟଣାଗ୍ରସ୍ତ ଗାଡିର ଡ୍ରାଇଭରକୁ ପୋଲିସ ଗିରଫ କରିଛି।ସୋନପୁର ପୋଲିସ ଭେନ ଗାଡ଼ିରେ ବାଇକ ଦୁର୍ଘଟଣା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ମୃତକ ଦୁଇ ଜଣ ବଲାଙ୍ଗୀର ଜିଲ୍ଲାର ସିନ୍ଧିସରା ଗାଁର ଜଳନ୍ଧର ମଲ୍ଲିକ ଓ ଦେବେନ୍ଦ୍ର ମଲ୍ଲିକ ବୋଲି ଜଣା ପଡ଼ିଛି।

Body:ଦେବେନ୍ଦ୍ର ଜଳନ୍ଧରଙ୍କ ନାତି ବୋଲି ଜଣା ପଡ଼ିଛି । ଦେବେନ୍ଦ୍ର ସୋନପୁର ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଗାଁରୁ ମୋଟେର ସାଇକେଲ ଯୋଗେ ଆସୁଥିଲେ।ସୋନପୁର ଜେଲରୁ କଏଦୀମାନଙ୍କୁ ନେଇ ପୋଲିସ ଭେନ ରାମପୁର କୋର୍ଟକୁ ନେଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।

Conclusion:ସଦର ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଡ୍ରାଇଭର ବାବୁଲୁ ସେଠୀକୁ ଗିରଫ କରିଛି ।ପୋଲିସ ଗାଡିରେ ଦୁଇ ଜଣ ପ୍ରାଣ ହରାଇଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.