ETV Bharat / state

ଦିଲ୍ଲୀ ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିଲା ବୀରମହାରାଜପୁର ପୋଲିସ

author img

By

Published : Apr 4, 2020, 10:15 PM IST

ନିର୍ଦ୍ଦିଷ୍ଟ ଧର୍ମ ଓ ସଂପ୍ରଦାୟର ଏହି 10 ବ୍ୟକ୍ତି ବୀରମହାରାଜପୁରର ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ । ସେମାନଙ୍କୁ ବୀରମହାରାଜପୁର ପୋଲିସ ଆଣି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଜିମା ଦେଇଥିଲେ ।

ଦିଲ୍ଲୀ ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିଲା ବୀରମହାରାଜପୁର ପୋଲିସ
ଦିଲ୍ଲୀ ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିଲା ବୀରମହାରାଜପୁର ପୋଲିସ

ସୁବର୍ଣ୍ଣପୁର: କ୍ବାରେଣ୍ଟାଇନ ନିୟମକୁ କଡାକଡି କରିଛି ଜିଲ୍ଲା ପୋଲିସ । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । ଯିଏ ନିଜେ ତଥ୍ୟ ନ ଦେଉଛି ପୋଲିସ ଖୋଜିଖୋଜି ଆଣି ସେମାନଙ୍କୁ ସେଣ୍ଟରରେ ରଖୁଛି ।

police keep 10 people at quarantine center in Subarnapur

ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ 10 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏମାନେ ସମସ୍ତେ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି । ନିର୍ଦ୍ଦିଷ୍ଟ ଧର୍ମ ଓ ସଂପ୍ରଦାୟର ଏହି 10 ବ୍ୟକ୍ତି ବୀରମହାରାଜପୁରର ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ । ସେମାନଙ୍କୁ ବୀରମହାରାଜପୁର ପୋଲିସ ଆଣି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଜିମା ଦେଇଥିଲେ ।

ପରେ ଅଧିକାରୀ ସେମାନଙ୍କୁ 14 ଦିନ ପାଇଁ ହିଲୁଙ୍ଗ ଅସ୍ଥାୟୀ ଶିବିରରେ କ୍ବାରେଣ୍ଟାଇନରେ ରଖିବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏହା ସମ୍ପର୍କରେ ଜଣାଇଛନ୍ତି । ଏବେ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଲକଡାଉନ କରାଯାଇଛି । ଏହାସହ ବିଦେଶ ଓ ବାହାର ରାଜ୍ୟ ଫେରନ୍ତା ବ୍ୟକ୍ତି ବିଶେଷଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.