ସୁନ୍ଦରଗଡ: ପୋଲିସ ଡିଜିପି ଅଭୟଙ୍କ ରାଉରକେଲା ଗସ୍ତ । ରବିବାର ରାଉରକେଲା ସହରକୁ ପୋଲିସ ଡିଜିପି ଗ୍ରସ୍ତ କରି କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ।
ଡିଜିପି ଅଭୟ ସେକ୍ଟର -୧୩ ବିମାନବନ୍ଦରରେ ପହଞ୍ଚି ସହରର ବିଭିନ୍ନ ଅଞ୍ଚଳକୁ ଯାଇ କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହାର ସମୀକ୍ଷା ଓ ଭବିଷ୍ୟତ ପଦକ୍ଷେପ ଉପରେ ରାଉରକେଲା ଓ ସୁନ୍ଦରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଉଭୟ ଏସପିଙ୍କ ସହ ଆଲୋଚନା କରିଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ