ସୁବର୍ଣ୍ଣପୁର: ବିନିକା ପୋଲିସ ହାତରେ 11 ଜଣ ଜୁଆଡି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ରବିବାର ବିନିକା ଥାନା ଅନ୍ତର୍ଗତ ହୁତୁମା ଗାଁରେ ପୋଲିସ ଚଢ଼ାଉ କରି ଜୁଆ ଖେଳାଳୀଙ୍କୁ ହୁତୁମାର ଜୋରଖଣ୍ଡିରୁ ଗିରଫ କରିଥିଲା ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଜୁଆ ଆଡ୍ଡାରେ ଚଢ଼ାଉ କରିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ । ପୂର୍ବରୁ ବିନିକା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଜୁଆ ଖେଳକୁ ନେଇ ଏସପିଙ୍କୁ ଅଭିଯୋଗ କରିଥିଲେ ।
ରବିବାର ରାତିରେ ଚଢ଼ାଉରେ ପୋଲିସ ଜୁଆଡିଙ୍କ ସମେତ 22 ଗୋଟି ମୋଟର ସାଇକେଲ , 7ଟି ସାଇକେଲ , ଚାରୋଟି କାର ସହିତ ପ୍ରାୟ 11 ହଜାର ଟଙ୍କା ବତ କରିଥିଲା। ଆଜି 11ଜଣ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଫେରାର ଲୋକଙ୍କୁ ଖୋଜୁଥିବା ଜଣା ପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ