ETV Bharat / state

ପାତଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ, ସ୍ମୃତି ଉଦ୍ଦେଶ୍ୟରେ ଚାରାରୋପଣ - କୋଟ ସମଲେଇ ପାତଳୀ ଶ୍ରୀକ୍ଷେତ୍ର

ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତଳୀ ଶ୍ରୀକ୍ଷେତ୍ରରେ ପାଳନ ହୋଇନାହିଁ ରଥଯାତ୍ରା । ଏହି ପାବନ ପୀଠରେ ଏଥର ରଥଯାତ୍ରା ପାଳନ ହୋଇନଥିବାରୁ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

planting program is held in Patali Shrikshetra
ପାତଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ, ସ୍ମୃତି ଉଦ୍ଦେଶ୍ୟରେ ଚାରାରୋପଣ
author img

By

Published : Jun 25, 2020, 3:11 PM IST

ସୁବର୍ଣ୍ଣପୁର: ଚଳିତବର୍ଷ କୋରୋନା କଟକଣା କାରଣରୁ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ ରଥଯାତ୍ରା ପାଳନ କରାଯାଇନାହିଁ । ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ରଥଯାତ୍ରା ହୋଇନାହିଁ । ଏହି ପାବନ ପୀଠରେ ଏଥର ରଥଯାତ୍ରା ପାଳନ ହୋଇନଥିବାରୁ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

planting program is held in Patali Shrikshetra
ପାତଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ, ସ୍ମୃତି ଉଦ୍ଦେଶ୍ୟରେ ଚାରାରୋପଣ

ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଛଳିଆ ପାହାଡ଼ର ପାଦ ଦେଶରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନେକ ସ୍ବେଚ୍ଛାସେବୀ ଚାରା ତଥା ରାସାୟନିକ ସାର ଓ ଔଷଧର ମୂଲ୍ୟ ପ୍ରଦାନ କରିଛନ୍ତି । ଚାରା ଗୁଡ଼ିକ ଦାରୁରେ ପରିଣତ ହେବା ଯାଏଁ ତାର ଲାଳନ ପାଳନ ପାଇଁ ଶପଥ ନେଇଛନ୍ତି । ତେବେ ଶ୍ରୀମନ୍ଦିରକୁ ଦେବ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ରକ୍ଷା କରୁଥିବାର ଦେଖିବାକୁ ମିଳୁଛି ।

ସେପଟେ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ବିଗ୍ରହ ମାନଙ୍କୁ ଦର୍ଶନ କରିବା ସହିତ ମନ୍ଦିର କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିବା ଚାରାକୁ ରୋପଣ କରିବା ସହ ନିଜକୁ ମାନବ କଲ୍ୟାଣରେ ସାମିଲ କରି ଖୁସି ଅଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.