ETV Bharat / state

ସ୍ଥାୟୀ ଜମି ପଟ୍ଟା ନଥିବାରୁ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ, ଜିଲ୍ଲାପାଳଙ୍କୁ ଗୁହାରି

ସୁବର୍ଣ୍ଣପୁରର ଶତାଧିକ ପରିବାର ପାଇନାହାନ୍ତି ସ୍ଥାୟୀ ଜମିପଟ୍ଟା, ଫଳରେ ସରକାରୀ ଗୃହ ନିର୍ମାଣ ଯୋଜନାରୁ ବାଦ । ଜିଲ୍ଲାପାଳଙ୍କୁ ଗୁହାରି କଲେ ମହିଳା । ଅଧିକ ପଢନ୍ତୁ...

ନାହିଁ ସ୍ଥାୟୀ ଜମିପଟ୍ଟା, ସରକାରୀ ବାସଗୃହ ଯୋଜନାରେ ହୋଇପାରୁନାହାନ୍ତି ସାମିଲ

author img

By

Published : Aug 18, 2021, 3:49 PM IST

ସୁବର୍ଣ୍ଣପୁର : ବାସଥାଇ ବାସହରା ହୋଇଛନ୍ତି ସୁବର୍ଣ୍ଣପୁର ସହରର ଖଦାଳପଡାର ଶତାଧିକ ପରିବାର । ଆଜକୁ ପ୍ରାୟ 40 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସରକାରୀ ଜମିରେ ଚାଳଛପର ଘର କରି ଶତାଧିକ ପରିବାର ରହି ଆସୁଛନ୍ତି । ଏମାନଙ୍କ ନାଁରେ ବାସସ୍ଥାନ ପ୍ରମାଣ ପତ୍ର ନଥିବାରୁ, ସହରାଞ୍ଚଳ ଜାଗା ମିଶନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି ଏମାନେ ।

ଦୀର୍ଘ ଦିନରୁ ସଦର ତହସିଲଦାର ଓ ଜିଲ୍ଲାପାଳଙ୍କୁ ଘର କରି ରହି ଆସୁଥିବା ଜାଗାର ପଟ୍ଟା ପ୍ରଦାନ ପାଇଁ ଆବେଦନ କରିଛନ୍ତି । ସହରାଞ୍ଚଳ ଜାଗା ମିଶନ ଯୋଜନାରେ ବି ବାସହୀନ ପରିବାର ଭାବେ ସ୍ଥାନ ପାଇବା ପାଇଁ ପୌର ପରିଷଦରେ ନାମ ପଞ୍ଜୀକରଣ କରିଛନ୍ତି । ହେଲେ ସ୍ଥାୟୀ ପଟ୍ଟା ନା ବାସସ୍ଥାନ ପ୍ରମାଣପତ୍ର କିଛି ବି ମିଳିନି ଏମାନଙ୍କୁ । ଓଲଟା ରାଜସ୍ବ ବିଭାଗ ସରକାରୀ ଜାଗା ଖାଲି କରିବା ପାଇଁ ବାରମ୍ବାର ନୋଟିସ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ।

ନାହିଁ ସ୍ଥାୟୀ ଜମିପଟ୍ଟା, ସରକାରୀ ବାସଗୃହ ଯୋଜନାରେ ହୋଇପାରୁନାହାନ୍ତି ସାମିଲ

ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏମାନଙ୍କ ପାଇଁ ଘରଡିହ ଖଣ୍ଡେ ଯୋଗାଇ ଦିଆଯାଇ ନାହିଁ କି ନିଜସ୍ବ ଜାଗା ନ ଥିବାରୁ ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ସରକାର ଗରିବ ଖଟିଖିଆଙ୍କ ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ହେଁ ଏମାନଙ୍କ ପାଇଁ ସବୁ ଯେମିତି ଅପହଞ୍ଚ । ଏମାନେ ସରକାରୀ ଉଦାସୀନତାରୁ ବିଭିନ୍ନ ଜନକଲ୍ୟାଣାକାରୀ ଯୋଜନାରୁ ବାଦ ପଡି ସାମାଜିକ ଓ ଆର୍ଥିକ ଭାବେ ଆଗକୁ ବଢି ପାରୁନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।

ଆଜି ଜିଲ୍ଲାପାଳ ଅବୋଲୀ ନରୱଣେ ସଦର ପୌର ପରିଷଦ ପରିଦର୍ଶନ ସମୟରେ ଆସି ଥିବାବେଳେ ଜିଲ୍ଲାପାଳଙ୍କ ପାଖରେ ସହରର 11 ନମ୍ବର ୱାର୍ଡର ଶତାଧିକ ମହିଳା ସେମାନଙ୍କର ଦାବି ଜଣାଇଛନ୍ତି । ତୁରନ୍ତ ଜାଗା ମିଶନ ଯୋଜନାରେ ଏହି ପରିବାରଙ୍କୁ ତାଲିକାଭୁକ୍ତ କରି ସ୍ଥାୟୀ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.