ETV Bharat / state

ମୃତ ଅବକାରୀ କନେଷ୍ଟବଳଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Dec 10, 2019, 7:12 PM IST

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଅବକାରୀ କନେଷ୍ଟବଳଙ୍କ ପରିବାରବର୍ଗ ଓ ଗାଁଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ମୃତକର ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
ମୃତକର ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ସୁବର୍ଣ୍ଣପୁର: ବିଜୁ ପଟ୍ଟନାୟକ ସେତୁ ଉପରେ ମୃତଦେହ ରଖି ମୃତ ଅବକାରୀ କନେଷ୍ଟବଳଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ରାସ୍ତାରୋକ । ସୋମବାର ରାତିରେ ଅବକାରୀ କନଷ୍ଟେବଳ ନନ୍ଦୀ କର୍ମୀ ବିଜୁ ପଟ୍ଟନାୟକ ସେତୁ ରାସ୍ତାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ମୃତକର ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଏକ ଅଜଣା ଗାଡି ନନ୍ଦୀକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେତୁ ଉପରେ ଜିଲ୍ଲା ପୂର୍ତ୍ତ ବିଭାଗ ଠିକାଦାର ନିର୍ମାଣ ସାମଗ୍ରୀ ରଖିଥିବାବେଳେ ଏନେଇ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ନିର୍ମାଣ ସାମଗ୍ରୀ ପାଇଁ ନନ୍ଦୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହାସହ ପରିବାର ପକ୍ଷରୁ ସଦର ଥାନାରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଛି।

ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ସହାୟତା ରାଶି, ଜଣେ ସଦସ୍ୟକୁ ସରକାରୀ ଚାକିରୀ ଓ ରାସନ କାର୍ଡ ଦେବା ନେଇ ଦାବି କରିଥିଲେ ଗାଁ ଲୋକେ। ଉପଜିଲ୍ଲାପାଳ ବଳରାମ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ସେତୁ ଉପରେ ଶବ ରଖି ମୃତକ ଅବକାରୀ କନେଷ୍ଟବଳଙ୍କ ପରିବାରବର୍ଗ ଓ ଗାଁଲୋକେ ରାସ୍ତାରୋକୋ କରିଛନ୍ତି।ଗତକାଲି ରାତିରେ ଅବକାରୀ କନଷ୍ଟେବଳ ନନ୍ଦୀ କର୍ମୀ ବିଜୁ ପଟ୍ଟନାୟକ ସେତୁ ରାସ୍ତାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।ଏକ ଅଜଣା ଗାଡି ନନ୍ଦୀକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।ସେତୁ ଉପରେ ଜିଲ୍ଲା ପୂର୍ତ୍ତ ବିଭାଗ ଠିକାଦାର ନିର୍ମାଣ ସାମଗ୍ରୀ ରଖିଥିବା ବେଳେ ଯାତ୍ରୀଙ୍କ ପାଇଁ କୌଣସି ସୂଚନା ଦେଇ ନ ଥିଲେ।ଫଳରେ ନିର୍ମାଣ ସାମଗ୍ରୀ ପାଇଁ ନନ୍ଦୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି।ପରିବାର ବର୍ଗଙ୍କ ପକ୍ଷରୁ ସଦର ଥାନାରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ନାଁରେ ଏତଲା ଦିଆଯାଇଛି।

Body:ମୃତକର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ଦାବିରେ ଏହି ରାସ୍ତାରୋକୋ କରାଯାଇଛି।ମୃତକର ପରିବାରକୁ ଦୁଇ ଲକ୍ଷ ସହାୟତା ରାଶି , ଜଣେ ସଦସ୍ୟକୁ ସରକାରୀ ଚାକିରୀ ଓ ରାସନ କାର୍ଡ ଦେବା ପାଇଁ ଦାବି କରିଛନ୍ତି।ଉପଜିଲ୍ଲାପାଳ ବଳରାମ ମଲ୍ଲିକ ଘଟଣାସ୍ଥଳକୁ ପହଞ୍ଚି ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବା ପାଇଁ କହିଥିବା ବେଳେ ରାସ୍ତାରୋକୋ ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଛନ୍ତି।
ବାଇଟ 1 ମୃତକର ସମ୍ପର୍କୀୟ ।
ବାଇଟ 2 ଆନନ୍ଦ ବାରିକ , ସ୍ବେଚ୍ଛାସେବୀ
ବାଇଟ 3 ବଳରାମ ମଲ୍ଲିକ , ଉପଜିଲ୍ଲାପାଳ , ସୁବର୍ଣ୍ଣପୁର ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.