ETV Bharat / state

କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ - protest for compensation in subarnapur

ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଛକ ଠାରେ ସୌରୀ ପାଲିର ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କୁ କ୍ଷତିପୂରଣ ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 27, 2019, 11:44 PM IST

ସୁବର୍ଣ୍ଣପୁର: କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ । ଗତ ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ସୌରପାଲି ଗାଁ ପ୍ରସାଦ ବଗର୍ତ୍ତୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ସମ୍ବଲପୁର ରାସ୍ତାର ଧର୍ମଶାଳାଠାରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ପ୍ରତିନିଧି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବାରୁ ରାସ୍ତାରୋକ୍ ପ୍ରତ୍ୟାହୃତ ହୋଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଛକ ଠାରେ ସୌରୀ ପାଲିର ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି ।ଗତକାଲି ଜିଲ୍ଲାର ସୌରିପାଲି ର ପ୍ରସାଦି ବଗର୍ତ୍ତୀ ଘରକୁ ଫେରୁଥିବା ସମୟରେ ସୌରିପାଲି ଛକ ଠାରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସlଳୟକୁ ଅଣା ଯାଇଥିଲା ।ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା । ତେବେ ଆଜି ଦିନ ୧୨ ଟାରେ ପ୍ରସାଦିଙ୍କ ମୃତ୍ୟୁ ଘଟିଥିଲା l ଏନେଇ ଗ୍ରାମବାସୀମାନେ ବିରମହାର‍ଜପୁର- ସୋନପୁର ଓ ସମ୍ବଲପୁର ରାସ୍ତାର ଧର୍ମଶାଳାଠାରେ ରାସ୍ତା ଅବରୋଧ କରି ମୃତକର ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ସେ ଜଣେ ନିହାତି ଗରିବ ହୋଇଥିବାବେଳେ ତାଙ୍କର ପାଞ୍ଚ ପୁଅ ଝିଅ ଓ ସ୍ତ୍ରୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଦାବିରେ ଗାଁ ଲୋକେ ରାସ୍ତା ଉପରେ ଶବ ରଖି ରାସ୍ତା ରୋକୋ କରିଛନ୍ତି ।ମୃତକର ପରିବାର କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି।Body:ସ୍ଥାନୀୟ ଲୋକପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନଙ୍କ ଅନୁରୋଧ କ୍ରମେ ରାସ୍ତା ରୋକୋ ପ୍ରତ୍ୟାହୃତ ହୋଇଛି।ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.