ETV Bharat / state

ପର୍ଯ୍ୟଟନ ବିଭବରେ ଭରପୁର ସୁବର୍ଣ୍ଣପୁର, ବିକାଶକୁ ଅପେକ୍ଷା - ସୁବର୍ଣ୍ଣପୁରରେ ପର୍ଯ୍ୟଟନସ୍ଥଳ

ପର୍ଯ୍ୟଟନୀୟ ବିଭବରେ ଭରପୁର ସୁବର୍ଣ୍ଣପୁର । ତେବେ ଏହି ପର୍ଯ୍ୟଟନ ପୀଠ ଗୁଡିକର ସୌନ୍ଦର୍ଯ୍ୟକରଣ ହେଉନଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ଅଧିକ ପଢନ୍ତୁ

tourist place in subarnapur
tourist place in subarnapur
author img

By

Published : Feb 6, 2023, 1:25 PM IST

ପର୍ଯ୍ୟଟନ ବିଭବ

ସୁବର୍ଣ୍ଣପୁର: ପ୍ରାକୃତିକ ସୌନ୍ଦଯ୍ୟରେ ଭରପୁର ସୁବର୍ଣ୍ଣପୁର । ମନ୍ଦିରଠାରୁ ଆରମ୍ଭ କରି ଅନେକ ନଦୀ, ଝରଣା ରହିଛି । ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ସହରକୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କିନ୍ତୁ ବିଡ଼ମ୍ବନାର ବିଷୟ ସହରବାସୀଙ୍କ ଦାବି ସତ୍ତ୍ବେ ମଧ୍ୟ ପର୍ଯ୍ୟଟନ ସ୍ଥଳ ଗୁ଼ଡିକର ବିକାଶ ଉପରେ ଗୁରୁତ୍ବ ଦେଉନାହାନ୍ତି ସରକାର ।

ସୁବର୍ଣ୍ଣପୁର ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଅଷ୍ଟ ଚଣ୍ଡୀ, ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁଙ୍କ ସମେତ ଅଷ୍ଟୋତ୍ତର 108 ମନ୍ଦିର ରହିଛି । ସହର ପାର୍ଶ୍ବରେ ଚିରସ୍ତୋତା ମହାନଦୀ । ମହାନଦୀ ପକ୍ଷରେ ଦେବୀ ମା ଲଙ୍କେଶ୍ବରୀଙ୍କ ମନ୍ଦିର, ଖଣ୍ଡିଆ ଦେଉଳ, ଲଙ୍କେଶ୍ବରୀ ଦୋରୁହର ନୀଳ ଜଳରାଶି, ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ପର୍ବତ ପ୍ରମାଣେ ପ୍ରସ୍ତର ଖଣ୍ଡ, ଘନ ଗୁଳ୍ଣଲତା ଆଦି ଅନେକ ପ୍ରାକୃତିକ ବିଭବ ରହିଛି । ସହରର ବାବା ରାମେଶ୍ବର ପୀଠରେ ମହାନଦୀ, ତେଲନଦୀ, କର୍ପୁରନଦୀର ତ୍ରୀବେଣୀ ସଂଗମରେ ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ସଂଗମସ୍ଥଳରୁ ଆରମ୍ଭ କରି ଉପରମୁଣ୍ଡର ଅଂଗନଦୀ ମୁହାଣ ଯାଏଁ ହଜାରହଜାର ସଂଖ୍ୟାରେ ଦେଶୀ ବିଦେଶୀଙ୍କ ବିଚରଣ ଓ ପକ୍ଷୀଙ୍କ କାକଳୀର ସୁମଧୂର ସ୍ବର ମହାନଦୀ ଗର୍ଭରେ ଏକ ଅଲୌକିକ ଶୋଭା ସୃଷ୍ଟି କରିଥାଏ । ସେହିପରି ତେନ୍ତୁଳି ଘାଟରୁ ଦେବୀମା ଲଙ୍କେଶ୍ବରୀଙ୍କ ମନ୍ଦିର ପର୍ଯ୍ୟନ୍ତ ନୌବିହାର ସହିତ ଲଂକେଶ୍ବରୀ ଦୋରୁହରୁ ଚୌହାନ ରାଜପ୍ରାସାଦ ସହିତ ସହରର ଦୃଶ୍ୟ ବେଶ ଉପଭୋଗ୍ୟ । ହେଲେ କୃଷି, ହସ୍ତତନ୍ତ ଓ ପର୍ଯ୍ୟଟନ ଉପରେ ଜିଲ୍ଲାର ଆର୍ଥିକ ବିକାଶ ନିର୍ଭର କରୁଥିବା ବେଳେ ଏହି ପର୍ଯ୍ୟଟନ ପୀଠ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଇ ପାରୁନାହିଁ । ସେହିପରି ପ୍ରତିଦିନ ହଜାରହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ସହରକୁ ଆସୁଥିବା ବେଳେ ଆଗନ୍ତୁକମାନଙ୍କ ପାଇଁ ରହିବା, ଖାଇବା ଓ ବୁଲିବା ପାଇଁ ସାଧାରଣ ମୌଳିକ ସୁବିଧା ସୃଷ୍ଟି କରାଯାଇ ପାରୁନାହିଁ । ପର୍ଯ୍ୟଟନ ପୀଠଗୁଡିକର ବିକାଶ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଏହି ସହରକୁ ଆସିବା ସହିତ ଏହି ସହରରେ ରୋଜଗାର ସୃଷ୍ଟି ହେବା ସହ ଆର୍ଥିକ ଅବସ୍ଥାର ବିକାଶ ହୋଇ ପାରିବ ବୋଲି କହିଛନ୍ତି ସଂସ୍କୃତି ଗବେଷକ ।

ଏହା ମଧ୍ୟ ପଢନ୍ତୁ: Naba Das murder case: ୪ ମାସ ଧରି ସୁଯୋଗ ଖୋଜୁଥିଲା ଗୋପାଳ, ସତ ଓଗାଳୁଛି କ୍ରାଇମବ୍ରାଞ୍ଚ

ଚୌହାନ ଶାଶନ ସମୟରେ ଦେବୀ ମା ସୁରେଶ୍ବରୀ, ଭଗବତୀ, ଖମ୍ବେଶ୍ବରୀ, ବାବା ସୁବର୍ଣ୍ଣମେରୁ, ରାମେଶ୍ବର, ଶ୍ରୀ ବଡ ଗୋପାଳଜୀ ଆଦି କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ସବୁ ସମୟରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି । ମହାନଦୀରେ ସ୍ନାନ, ଦେବାଦେବୀଙ୍କ ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ହଜାରହଜାର ପର୍ଯ୍ୟଟକ ଆସୁଛନ୍ତି । ହେଲେ ସହରବାସୀଙ୍କ ବାରମ୍ବାର ଦାବି ଆପତ୍ତି ସତ୍ତ୍ବେ ପର୍ଯ୍ୟଟନ ପୀଠଗୁଡିକର ବିକାଶ କରାଯାଇ ପାରୁନାହିଁ କି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯାଇ ପାରୁନଥିବା ଅଭିଯୋଗ ହୋଇଛି । ତେବେ ଦ୍ବିତୀୟ ବାରାଣାସୀ ଭାବେ ପରିଚିତ ଏହି ସହରର ଶ୍ରୀବୃଦ୍ଧିର ବିକାଶ ପାଇଁ ଦୃଢ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.