ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ମହାକାଳେଶ୍ୱର ମନ୍ଦିର, ପୁନଃନିର୍ମାଣ ଦାବି - ମହାକାଳେଶ୍ୱର ମନ୍ଦିରର ପୁନଃନିର୍ମାଣ ଦାବି

ଜରାଜୀର୍ଣ୍ଣ ଅବସ୍ଥାରେ ମହାକାଳେଶ୍ୱର ମନ୍ଦିର । ଅନେକ ଅଂଶ ସମୁଦ୍ର ଗର୍ଭରେ ମିଶି ଯାଇଥିବା ବେଳେ ଆଉ କିଛି ଅଂଶ ଭଗ୍ନାବସ୍ଥାରେ ରହିଛି । ତେବେ ମନ୍ଦିରର ପୁନଃନିର୍ମାଣ ଦାବି କରିଛନ୍ତି ଦେବୋତ୍ତର କମିଟି ସଦସ୍ୟ । ଅଧିକ ପଢନ୍ତୁ

demand re built of mahakaleswar temple
demand re built of mahakaleswar temple
author img

By

Published : Apr 19, 2023, 1:08 PM IST

demand re built of mahakaleswar temple

ସୁବର୍ଣ୍ଣପୁର: ଜିଲ୍ଲାର ବୈଦ୍ୟନାଥ ଗାଁର ପ୍ରସିଦ୍ଧ ଶୈବପୀଠ ଦ୍ବୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ଶୈବପୀଠର ପ୍ରମୁଖ ମହାକାଳେଶ୍ବରଙ୍କ ମନ୍ଦିରଟି ଧ୍ବଂସସ୍ତୁପରେ ପରିଣତ ହୋଇଛି । 1976 ମସିହାରେ ତେଲନଦୀର ପ୍ରଖର ସ୍ରୋତରେ ବାବା ମହାକାଳେଶ୍ବର ମନ୍ଦିରଟି ତେଲନଦୀର ଗର୍ଭରେ ବିଲୀନ ହୋଇଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ ବା ସରକାରଙ୍କ ଦୃଷ୍ଟି ପଡିନଥିବା ବେଳେ ମନ୍ଦିରର ପୁନଃନିର୍ମାଣ ପାଇଁ ଦାବି ହୋଇଛି ।

ସୋନପୁର ଗଡଜାତରେ ସୋମବଂଶୀ ରାଜତ୍ବ କାଳରେ ତେଲନଦୀ କୂଳରେ ଏହି ଶୈବ ପୀଠଟି ତିଆରି ହୋଇଥିବା ଐତିହାସିକ ପ୍ରମାଣ ରହିଛି । ତ୍ରିଭୂଜାକାର କ୍ଷେତ୍ରରେ ତିନୋଟି ଶୈବପୀଠ କୋଶଳେଶ୍ବର, ସୋମେଶ୍ବର ଓ ମହାକାଳେଶ୍ବର ପ୍ରାୟ ସପ୍ତମ ଶତାଦ୍ଦୀରେ ତିଆରି ହୋଇଥିଲା । ମନ୍ଦିର ତିନୋଟି ପ୍ରଥମେ ବୌଦ୍ଧ ସହଜଯାନ ତନ୍ତ୍ରପୀଠ ଭାବେ ବ୍ୟବହାର ହେଉଥିବା ଐତିହାସିକମାନେ ମତ ଦିଅନ୍ତି । କାଳକ୍ରମେ ପ୍ରାୟ ନବମ ଦଶକରେ ମନ୍ଦିର ତିନୋଟି ଶୈବ ପୀଠରେ ପରିଣତ ହୋଇଥିଲା । ଏବେ କାରୁକାର୍ଯ୍ୟପୂର୍ଣ୍ଣ କୋଶଳେଶ୍ବର ଓ ସୋମେଶ୍ବରଙ୍କ ମନ୍ଦିର ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ମହାକାଲେଶ୍ବର ମନ୍ଦିର ମାଟିରେ ମିଶିଯାଇଛି ।

ଏହା ମଧ୍ୟ ପଢନ୍ତୁ: Sambalpur Violence: ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ରାସ୍ତାରେ ଅଟକି ରହିଛି ଯାନ

ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଁକୁ ଏକ ନାମଫଳକ ଲଗାଇ ନିଜ ଦାୟିତ୍ବରୁ ମୁକୁଳି ଯାଇଥିବା ଅଭଯୋଗ ହେଉଛି । ମହାକାଳେଶ୍ବର ମନ୍ଦିର ତେଲନଦୀ ଗର୍ଭରେ ଲୀନ ହେବା ପରେ ଶ୍ରଦ୍ଧାଳୁଙ୍କ ପ୍ରୟାସ କ୍ରମେ ବଞ୍ଚି ରହିଛି ଅନ୍ୟ ଦୁଇ ଶୈବପୀଠ । କୋଶଳେଶ୍ବର ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ମୁଖଶାଳାଟି ରହିଥିବା ବେଳେ ନୂତନ ଭାବେ ତିଆରି ହୋଇଛି ଗର୍ଭଗୃହର ମୁଖ୍ୟ ମନ୍ଦିର । ତେବେ ଲାଲମୁଗୁନି ପଥରରେ ତିଆରି ଗଣେଶ, କାର୍ତ୍ତିକେୟ, ପାର୍ବତୀ , ଉଡନ୍ତା ଗନ୍ଧର୍ବ ଗାନ୍ଧର୍ବୀ ଆଦିଙ୍କ ମୂର୍ତ୍ତି ସବୁ ଅର୍ଦ୍ଧଭଗ୍ନ ଅବସ୍ଥାରେ ମୁଖଶାଳାରେ ଦେଖିବାକୁ ମିଳେ । ତେଲନଦୀର ପ୍ରକୋପରୁ ମନ୍ଦିର ଦୁଇଟିର ସୁରକ୍ଷା କରାଯିବା ସହିତ ମାଟିରେ ମିଶି ଯାଇଥିବା ମହାକାଳେଶ୍ବରଙ୍କ ମନ୍ଦିର ପୁନଃ ନିର୍ମାଣ କରିବାକୁ ଦାବି ହୋଇଛି ।

ଆଜକୁ 54 ବର୍ଷ ହେଲା ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ମହାକାଳେଶ୍ବର । ଆଶ୍ରୟହୀନ ଭାବେ 1976 ମସିହାରୁ ଆଜିଯାଏଁ ମହାକାଳେଶ୍ବର ଖୋଲା ଆକାଶ ତଳେ ପୂଜା ପାଉଥିବା ବେଳେ ମନ୍ଦିରର ପୁନଃ ନିର୍ମାଣ ଦିଗରେ କେହି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି ।

ଏନେଇ ଦେବୋତ୍ତର କମିଟି ସଭ୍ୟ କହିଛନ୍ତି,"ଏହା ବହୁ ପୁରାତନ ମନ୍ଦିର ଅଟେ । ବହୁ କାଳରୁ ରହିଥିବା ଏହି ମନ୍ଦିର ଏବେ ଭଗ୍ନାବସ୍ଥାରେ ରହିଛି । ଅନେକ ନଦୀ ଗର୍ଭରେ ବିଲୀନ ହୋଇଯାଇଛି । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ପୁନଃ ନିର୍ମାଣ କରିବା ଆବଶ୍ୟକ ରହିଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.