ETV Bharat / state

ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ପାଣିସିଆଲି ଛକରେ ଗତକାଲି (ଶୁକ୍ରବାର) ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତକର ପରିବାର ବର୍ଗଙ୍କୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ପାଣିସିଆଲି ଛକରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି ଗାଁ ଲୋକେ । ଅଧିକ ପଢ଼ନ୍ତୁ

author img

By

Published : Oct 22, 2022, 7:30 PM IST

ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ
ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

ସୁବର୍ଣ୍ଣପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ପାଣିସିଆଲି ଛକରେ ଗତକାଲି (ଶୁକ୍ରବାର) ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଆଜି ମୃତ ଦୁଇ ବ୍ୟକ୍ତିଙ୍କ ପରିବାର ବର୍ଗ ଓ ଗାଁ ଲୋକେ ପାଣିସିଆଲି ଛକରେ ରାସ୍ତା ଅବରୋଧ କରିଛନ୍ତି । ମୃତକର ପରିବାର ବର୍ଗଙ୍କୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି ।

ସୂଚନାନୁସାରେ ଗତକାଲି (ଶୁକ୍ରବାର) ବାବୁପାଲି ଗାଁର ଟୁନା ଶାଣ୍ଢ ଓ ସରୋଜ ଭୋଇ ବିନିକା-ବାଇଗଣଜୁରୀ ରାସ୍ତାରେ ଥିବା ସରକାରୀ ଚାଉଳ ଗୋଦାମରୁ ନିଜ କାମ ସାରି ଘରକୁ ଫେରୁଥିଲେ । ସେହି ସମୟରେ ଏକ ଟ୍ରକ ଆସି ପାଣିସିଆଲି ଛକରେ ବାଇକକୁ ଧକ୍କା ଦେଇଥିଲା । ଯେଉଁଥିରେ ବହୁ ଦୂରକୁ ଛିଟିକି ପଡ଼ିଥିଲେ ଉଭୟ ବାଇକ ଆରୋହୀ । ଏସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଦୁଇ ଗୁରୁତର ଆରୋହୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ଏହି ଘଟଣାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ନେଇ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ । ଟ୍ରକ ମାଲିକ ମୃତକର ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିବ ବୋଲି କହିଥିଲେ ଆନ୍ଦୋଳନକାରୀ । ଏପରିକି ଉତ୍ତ୍ୟକ୍ତ ଲୋକେ ଘଟଣା ଘଟାଇଥିବା ଟ୍ରକକୁ ପୋଡାଜଳା କରିବାକୁ ଉଦ୍ୟମ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ଭୁଜାଲି ମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ପୋଲିସ ପହଞ୍ଚି ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଲୋକଙ୍କୁ ବୁଝେଇବାରେ ସକ୍ଷମ ହୋଇଛି । ତେବେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଗାଁ ଲୋକେ କହିଛନ୍ତି । ଏହି ଘଟଣାପରେ ଗାଁରେ ଶୋକରଛାୟା ଖେଳିଯାଇଛି । ଦୁଇ ଯୁବକଙ୍କ ଅକାଳ ବିୟୋଗରେ ସ୍ତବ୍ଧ ପାଲଟି ଯାଇଛି ଗାଁ । କାହାରି ଘରେ ଚୁଲି ମଧ୍ୟ ଜଳୁନି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.