ETV Bharat / state

ସୁବର୍ଣ୍ଣପୁରରେ ଷୋଡଶ ପାତାଳି ମହୋତ୍ସବ ଆରମ୍ଭ - patali srikhetra festival begins

ସୁବର୍ଣ୍ଣପୁର କୋଟ ସମଳାଇ ଶ୍ରୀକ୍ଷେତ୍ରରେ ଷୋଡଶ ପାତାଳି ମହୋତ୍ସବ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃୟାରୀ 19 ତାରିଖ ତିଳ ସପ୍ତମୀ ଯାଏଁ ଏହି ମହୋତ୍ସବ ଚାଲିବ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଷୋଡଶ ପାତାଳି ମହୋତ୍ସବ

author img

By

Published : Feb 12, 2021, 5:45 PM IST

ସୁବର୍ଣ୍ଣପୁର: ଜିଲ୍ଲା କୋଟ ସମଳାଇ ଶ୍ରୀକ୍ଷେତ୍ରରେ ଷୋଡଶ ପାତାଳି ମହୋତ୍ସବ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃୟାରୀ 19 ତାରିଖ ତିଳ ସପ୍ତମୀ ଯାଏଁ ଏହି ମହୋତ୍ସବ ଚାଲିବ । ଏହି ଆଧ୍ୟାତ୍ମିକ ମହୋତ୍ସବର କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ସମେତ ସଂକଳ୍ପ, କଳସ ସ୍ଥାପନ, ଦେବ ନିମନ୍ତ୍ରଣ, ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆଦି କାର୍ଯ୍ୟ ଶେଷ ହୋଇଛି ।

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଷୋଡଶ ପାତାଳି ମହୋତ୍ସବ

ମହୋତ୍ସବରେ ଆଗାମୀ ସାତ ଦିନ ଧରି ଶ୍ରଦ୍ଧାଳୁମାନେ ନାମ ଯଜ୍ଞ, ସପ୍ତାହ ପାରାୟଣ, ଘୃତ ଯଜ୍ଞ ଆଦିରେ ସାମିଲ ହେବାର ସୌଭାଗ୍ୟ ଲାଭ କରିବା ସହ ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଧା ଦାରୁଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରିବେ । ପାତଳି ଶ୍ରୀକ୍ଷେତ୍ର ମହୋତ୍ସ କମିଟି ପକ୍ଷରୁ ପ୍ରତିବର୍ଷ ପରି ଏଥର ବି ଆନନ୍ଦ ବଜାରରେ ମାଗଣାରେ ଶ୍ରଦ୍ଧାଳୁମାନଙ୍କ ମହାପ୍ରସାଦ ସେବନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

ତେବେ କୋଭିଡ କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ବାତିଲ କରାଯାଇଥିବାବେଳେ କେବଳ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.