ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ବିକାଶ ଜାରି, କେବେ ହେବ ରୋପ-ଓ୍ବେ ପ୍ରକଳ୍ପ? - ସୁବର୍ଣ୍ଣପୁର ଖବର

କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ବିକାଶ କାର୍ଯ୍ୟ ଜାରି ରହିଛି । ହେଲେ ଦୀର୍ଘ ଦିନରୁ ପଡି ରହିଥିବା ରୋପ-ଓ୍ବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଅଧିକ ପଢନ୍ତୁ

ପାତଳୀ ଶ୍ରୀକ୍ଷେତ୍ରରେ ବିକାଶ ଜାରି;କେବେ ହେବ ରୋପ-ଓ୍ବେ ପ୍ରକଳ୍ପ?

author img

By

Published : May 23, 2022, 3:29 PM IST

ସୁବର୍ଣ୍ଣପୁର : ଜିଲ୍ଲାର କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ବିକାଶ କାର୍ଯ୍ୟ ଜାରି ରହିଛି । ଏହି ପର୍ଯ୍ୟଟନ କ୍ଷେତ୍ରର ପାରିପାଶ୍ବିକ ବିକାଶ ଦିଗରେ ଜିଲ୍ଲା ପ୍ରଶାସନ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ସହାୟତାର ହାତ ବଢେଇଛନ୍ତି । ଏପରିକି ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କିଛି ବିକାଶ ମୂଳକ କାର୍ଯ୍ୟ ବି ହୋଇଛି ।

ପାତଳୀ ଶ୍ରୀକ୍ଷେତ୍ରରେ ବିକାଶ ଜାରି;କେବେ ହେବ ରୋପ-ଓ୍ବେ ପ୍ରକଳ୍ପ?

ହେଲେ ଏହି ପାବନ ପୀଠର ପ୍ରମୁଖ ପ୍ରକଳ୍ପ ରୋପ-ଓ୍ବେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ପୀଠରେ ପିଇବା ପାଣି ,ବିଶ୍ରାମାଗାର ,ସାଇକେଲ ଷ୍ଟାଣ୍ଡ ,ମେଳା ପଡିଆର ଉନ୍ନତି କରଣ ,ରାସ୍ତାର ଉନ୍ନତି କରଣ ,ନିକଟସ୍ଥ ଜଳାଶୟର ଉନ୍ନତି କରଣ ଆଦି ହୋଇ ପାରିଛି । ଛଳିଆ ପାହାଡ ପର୍ଯ୍ୟନ୍ତ ପାହାଚ ତିଆରି ହେବା ସହିତ ବିଦ୍ୟୁତ ମଧ୍ୟ ଯାଇଛି ।

ହେଲେ ଦୀର୍ଘ ଦିନରୁ ପଡି ରହିଥିବା ରୋପ-ଓ୍ବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଗତ 11 ଫେବୃୟାରୀ 2019ରେ ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ଷକ ଭିତରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଇତି ମଧ୍ୟରେ ତିନି ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ।

ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ 10 କୋଟି ଟଙ୍କା ମଞ୍ଜୁର କରାଯାଇ ଭୁବନେଶ୍ବରର ଏକ କମ୍ପାନୀ ସହିତ ଚୁକ୍ତି ବି ହୋଇଥିବା ସୂଚନା ମିଳିଛି । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଏହି ଆକର୍ଷଣୀୟ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଏହି ପ୍ରକଳ୍ପ ହେଲେ ଏହି ପାବନ କ୍ଷେତ୍ରର ବିକାଶ ହେବା ସହିତ ଅଞ୍ଚଳର ଆର୍ଥିକ ବିକାଶ ହୋଇ ପାରିବ ନିଶ୍ଚିତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.