ETV Bharat / state

ସୁବର୍ଣ୍ଣପୁର ପାଟ ଦେଇଛି ରୋଜଗାରର ପନ୍ଥା

ରାଜ୍ୟରେ ମହିଳାମାନଙ୍କ ବେଶ ଆଦର ପାଲଟିଛି ସୁବର୍ଣ୍ଣପୁର ପାଟ । କେବଳ ଆଦର ସାଉଁଣ୍ଟିନି, ବରଂ ରୋଜଗାରର ପନ୍ଥା ମଧ୍ୟ ସୃଷ୍ଟି କରିଛି ଏହି ସୁବର୍ଣ୍ଣପୁରୀ କୁଟିର ଶିଳ୍ପ । ତେବେ ଏହାକୁ ପେଶା ଭାବେ ଗ୍ରହଣ କରିଥିବା କିଛି କାରିଗର ଜାତୀୟ ସ୍ତରରେ ସମ୍ମାନୀତ ହୋଇଥିବା ବେଳେ ନିଜ ପାଇଁ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି । ତେବେ ଏହାକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

author img

By

Published : Jun 23, 2019, 3:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରୀ ପାଟ ରାଜ୍ୟସାରା ବେଶ ପସନ୍ଦ ହୋଇଛି । ଖାଲି ଓଡିଶା ନୁହେଁ, ଦେଶ ତଥା ବିଦେଶରେ ବି ମହିଳାଙ୍କର ପ୍ରଥମ ପସନ୍ଦ ପାଲଟିଛି । ଜିଲ୍ଲାର କାରିଗରମାନେ ବାନ୍ଧକଳାରେ ଭଳିକି ଭଳି ଡିଜାଇନ ବସ୍ତ୍ର ତିଆରି କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚହଳ ପକାଇ ଦେଇଛନ୍ତି । ସୁକ୍ଷ୍ମ କାରୁକାର୍ଯ୍ୟ ଓ ବାନ୍ଧକୁ ନେଇ ପ୍ରସିଦ୍ଧ ବୁଣାକାର ଚତୁର୍ଭୁଜ ମେହେର କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏପରିକି ନୂତନ ଡିଜାଇନ, ପ୍ରାକୃତିକ ରଂଗ ତଥା ସୁକ୍ଷ୍ମ ବସ୍ତ୍ର ବୟନରେ ତାଙ୍କ ହାତର ଯାଦୁକରୀ ସ୍ପର୍ଶରେ ଜୀବନ୍ତ ହେଉଥିବା ପ୍ରତିଛବି ସମ୍ମିଳିତ ବସ୍ତ୍ର ଉତ୍ପାଦନ ଆଜି ସାରା ଦେଶରେ ନାଁ କରି ପାରିଛି । ଖାଲି ନିଜେ ନୁହେଁ ଆଜି ବି ପ୍ରାୟ 40ଟି ବୁଣାକାର ପରିବାରକୁ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ସୁବର୍ଣ୍ଣପୁରୀ ବସ୍ତ୍ର ବୟନ ପାଇଁ କାମ ଯୋଗାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ଏହି ସୁବର୍ଣ୍ଣପୁର ପାଟ ମଧ୍ୟରେ ବ୍ରହ୍ମାଣ୍ଡ ସୁନ୍ଦରୀ, ବୃକ୍ଷବାନ୍ଧ, ଚକ୍ରବାନ୍ଧ, ଦୁଷ୍ମନ୍ତ ଶକୁନ୍ତଳା, ଡବଲ ଇକତ, ଫେରା, ଆସମାନ ତାରା ଆଦି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ଚହଳ ପକାଇ ପାରିଛି । ପାରମ୍ପରିକ ବାନ୍ଧ ଡିଜାଇନରେ କାରୀଗରମାନେ ନୂତନ ସ୍ପର୍ଶ ଦେଇ ନ୍ୟାଚୁରାଲ ଲାଇଫ, ଶଙ୍କର ସେତୁ, ଲହରୀ ଆଦି ନୂଆନୂଆ ବାନ୍ଧ ପ୍ରୟୋଗ କରି ଭଳିକି ଭଳି ଡିଜାଇନ ପ୍ରସ୍ତୁତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି ।

ବସ୍ତ୍ରରେ ପ୍ରାକୃତିକ ଜୀବନଶୈଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟର ଡିଜାଇନ ପ୍ରସ୍ତୁତ କରି ଜିଲ୍ଲାର ପ୍ରସିଦ୍ଧ ବୁଣାକାର ଚତୁର୍ଭୁଜ ମେହେର କେନ୍ଦ୍ର ସରକାରଙ୍କ ପାଖରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଶିକ୍ଷାରେ ସ୍କୁଲରେ ପ୍ରବେଶ କରି ପାରି ନ ଥିବା ଏହି ବୟନ ଶିଳ୍ପୀ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ବ ବିଦ୍ୟାଳୟରୁ ଡକ୍ଟର ଉପାଧିରେ ଭୂଷିତ ହୋଇଛନ୍ତି । ତାଙ୍କର ଅକ୍ଳାନ୍ତ ପରିଶ୍ରମ ବଳରେ ପାଟବସ୍ତ୍ର ଗ୍ରାହକଙ୍କ ଭିତରେ ପ୍ରଥମ ପସନ୍ଦ ହୋଇଛି । ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଜିଲ୍ଲାର ବୁଣାକାରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ।

ବାନ୍ଧକଳା ତାରନିଭରନିର ମଜଭୂତି । ସାର ବାନ୍ଧ ଓ ଜାଲି ବାନ୍ଧର ପ୍ରୟୋଗରେ ହାତରେ ତିଆରି ହେଉଛି ନୂଆନୂଆ ଡିଜାଇନର ପାଟ ବସ୍ତ୍ର । ହାତ ତିଆରି ଏହି ପାଟ ବସ୍ତ୍ରର ପ୍ରାକୃତିକ ରଙ୍ଗ, ସୂକ୍ଷ୍ମତା, ସ୍ଥାୟୀତ୍ବ ତଥା ସଁପୁର ସୂତାରେ ତିଆରି ଏହି ବସ୍ତ୍ର । ବେଶ ଆରାମ ଦାୟକ ହୋଇଥିବାରୁ ମହିଳାମାନେ ଆଗ୍ରହର ସହିତ ବ୍ୟବହାର କରିଥାନ୍ତି । ପଦ୍ମଶ୍ରୀ ଚତୁର୍ଭୁଜ ମେହେର ବାନ୍ଧକଳାରେ ତିଆରି ବସ୍ତ୍ର ପାଇଁ ଏକ ଶାଢୀ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ।

ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପାଟ ଉତ୍ପାଦନ କେନ୍ଦ୍ରରେ ପ୍ରାୟ 40ଟି ବୁଣାକାର ପାରିବାର ବସ୍ତ୍ର ବୟନରେ ନିୟୋଜିତ ଅଛନ୍ତି । ନୂତନ ଡିଜାଇନରେ ପାଟ ବସ୍ତ୍ର ତିଆରି ହେଉଥିବାରୁ ମହିଳାମାନେ ସୁବର୍ଣ୍ଣପୁରୀ ବସ୍ତ୍ର ଆଡକୁ ବେଶ ଆକର୍ଷିତ ହେଉଥିବା ବେଳେ ଏବେ ଏହି ବସ୍ତ୍ରର ଇ-ବଜାର ସୁବିଧା ପାଇଁ ଜିଲ୍ଲାକୁ ଆଗେଇ ଆସିଛି ଆମାଜନ ଭଳି କମ୍ପାନୀ । ଫଳରେ ଦିନକୁ ଦିନ ସୁବର୍ଣ୍ଣପୁରୀ ପାଟ ବେଶ ଆଦୃତି ଲାଭ କରୁଥିବା ବେଳେ ବୁଣାକାର ବି ଜିଲ୍ଲା ପାଇଁ ବେଶ ଗୌରବ ଆଣୁଛନ୍ତି ।

ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀମାନଙ୍କ ଭିତରେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ରର ମୂଲ୍ୟକୁ ନେଇ ସବୁ ସମୟରେ ଅସନ୍ତୋଷ ଲାଗି ରହିଥିଲା । ବୁଣାକାରଙ୍କ ହାଡଭଙ୍ଗା ପରିଶ୍ରମରେ ଉତ୍ପାଦିତ ବସ୍ତ୍ର ନା ପାଉଥିଲା ତାର ଉଚିତ ମୂଲ୍ୟ ନା ପାଉଥିଲା ତାର ପ୍ରତିଷ୍ଠା । ହେଲେ ପଦ୍ମଶ୍ରୀଙ୍କ ଗବେଷଣା ପରେ ବାନ୍ଧକଳାର ପ୍ରୟୋଗରେ ଉତ୍ପାଦିତ ବସ୍ତ୍ର ବୁଣାକାର ,ବାନ୍ଧଶିଳ୍ପୀ ତଥା ବ୍ୟବସାୟୀଙ୍କ ଅର୍ଥନୈତିକ ବିକାଶ ଆଣି ପାରିଛି ।

ସେପଟେ ଦେଶ ତଥା ଦେଶ ବାହାରେ ଇ-ବଜାରରେ ରପ୍ତାନୀର ସବୁ ଦିଗରେ ଉନ୍ନତି ହୋଇ ଥିବାରୁ ଜିଲ୍ଲାରେ ପ୍ରତ୍ୟେକ୍ଷ ଭାବେ ପାଟବସ୍ତ୍ରର ଉତ୍ପାଦନରେ ନିୟୋଜିତ ହୋଇଥିବା ପ୍ରାୟ 20 ହଜାର ବୁଣାକାର ପରିବାର ମୁହଁରେ ହସ ଫୁଟିଛି ।
ବୟନ ଶିଳ୍ପର ଗନ୍ତାଘର ଭାବେ ସ୍ବତନ୍ତ୍ର ପରିଚୟ ପାଇଛି ସୁବର୍ଣ୍ଣପୁର । ଶିଳ୍ପୀମାନଙ୍କ ଯାଦୁକରୀ ସ୍ପର୍ଶରେ ବାନ୍ଧକଳା କାରିଗରୀରେ ପ୍ରସ୍ତୁତ ହେଉଛି ସଁପୁର ସୂତାର ପାଟ ବସ୍ତ୍ର । ଖାସ ଏଇଥି ପାଇଁ ସୁବର୍ଣ୍ଣପୁର ବାନ୍ଧକଳାର ପ୍ରୟୋଗଶାଳା ଭାବେ ପରିଚିତ ପାଇଥିବା ବେଳେ ଏବେ ବୟନ ଶିଳ୍ପ କ୍ଷେତ୍ରରେ ଆର୍ଥିକ ପ୍ରଗତି ଆସିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.