ETV Bharat / state

ସୋନପୁର ଉନ୍ନତିକରଣ ପାଇଁ ମିଳିଥିବା ଅନୁଦାନ ନେଇ ଅସନ୍ତୋଷ, ଟାର୍ଗେଟ କଲା ପରିବର୍ତ୍ତନ କମିଟି - 5ଟି ସଚିବ ଭି କେ ପାଣ୍ଡିଆନ

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପରେ ଜିଲ୍ଲା ଉନ୍ନତିକରଣ ପାଇଁ ମାତ୍ର ୮ କୋଟି ୪୧ଲକ୍ଷ ଟଙ୍କା ମିଳିଥିବାରୁ ଜିଲ୍ଲାର ବିକାଶରେ ଏହା ସମୁଦ୍ରକୁ ଶଙ୍ଖେ ପାଣି ବୋଲି ପରିବର୍ତ୍ତନ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

parivartan committee
parivartan committee
author img

By

Published : Jul 18, 2023, 1:21 PM IST

parivartan committee

ସୁବର୍ଣ୍ଣପୁର: 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପରେ ଜିଲ୍ଲାର ଉନ୍ନତିକରଣ ପାଇଁ ମିଳିଛି ମାତ୍ର ୮ କୋଟି ୪୧ଲକ୍ଷ ଟଙ୍କା । ଏହି ସରକାରୀ ଅନୁଦାନ ଜିଲ୍ଲାର ବିକାଶରେ ସମୁଦ୍ରକୁ ଶଙ୍ଖେ ପାଣି ବୋଲି ପରିବର୍ତ୍ତନ କମିଟି ପକ୍ଷରୁ କୁହାଯାଇଛି । ସୁବର୍ଣ୍ଣପୁରର ବ୍ଳକ୍‌ ଛକ କ୍ଳବରେ ପରିବର୍ତ୍ତନ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 5ଟି ସଚିବଙ୍କ ଅନୁଦାନ ଘୋଷଣା ସମ୍ପର୍କରେ ଆଲୋଚନା ହୋଇଛି । ମିଳିଥିବା ଅନୁଦାନ ପର୍ବତରାଜ ମୂଷିକ ସଦୃଶ ବୋଲି ଆଲୋଚନା କରାଯାଇଛି ।

ତେବେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର 68ଟି ଆଧ୍ୟାତ୍ମିକ ପ୍ରକଳ୍ପର ବିକାଶ ପାଇଁ 2 କୋଟି 97 ଲକ୍ଷ ଟଙ୍କା, ଗ୍ରାମୀଣ କମ୍ୟୁନିଟି ବିକାଶ ପାଇଁ 25ଟି ପ୍ରକଳ୍ପକୁ 1 କୋଟି 8 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି । ସେହିପରି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଧ୍ୟାତ୍ମିକ ପୀଠଗୁଡିକର ବିକାଶ ପାଇଁ 56ଟି ପ୍ରକଳ୍ପ ପାଇଁ 2 କୋଟି 24 ଲକ୍ଷ ଟଙ୍କା ଓ ଗ୍ରାମୀଣ କମ୍ୟୁନିଟି ବିକାଶ ପ୍ରକଳ୍ପ ପାଇଁ 53 ଗୋଟି ପ୍ରକଳ୍ପକୁ 2 କୋଟି 12 ଲକ୍ଷ ଟଙ୍କାର ଅନୁଦାନ ମିଳିଛି ।

ତେବେ 5ଟି ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧୀ ରାଜନୈତିକ ଦଳ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସହର ତଥା ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ ବ୍ୟକ୍ତିଗତ ସଚିବଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା । ଯେପରି ମହାନଦୀର ଜଳ ଧାରଣ କ୍ଷମତା ବୃଦ୍ଧି କରିବା ସହିତ ଜଳସେଚନର ସୁବିଧା ପାଇଁ ରାମେଶ୍ବର ସଙ୍ଗମ ଘାଟରେ ବ୍ୟାରେଜ ନିର୍ମାଣ, ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ବିଷୟରେ ସ୍ନାତକୋତ୍ତର ବିଭାଗ ଖୋଲିବା, ଜିଲ୍ଲାର 5ଟି ହାଇସ୍କୁଲ ଗୁଡ଼ିକର ବିକାଶ ସହିତ ଜିଲ୍ଲାର ପର୍ଯ୍ୟଟନ ପୀଠଗୁଡିକର ବିକାଶ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଜୋର ଧରିଲା ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନତିକରଣ ଦାବି

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର, ସହରର ରାମେଶ୍ବର ଘାଟ ଆଦି ପର୍ଯ୍ୟଟନ ପୀଠଗୁଡିକ ପରିଦର୍ଶନ ବି କରିଥିଲେ । ହେଲେ 5ଟି ସଚିବଙ୍କ ପରିଦର୍ଶନ ପରେ ଜିଲ୍ଲା ପ୍ରଶାସନକୁ ମିଳିଥିବା ଅନୁଦାନ ପତ୍ରରେ ମାତ୍ର 8 କୋଟି 41 ଲକ୍ଷ ଟଙ୍କାର ଅନୁଦାନ ରହିଥିବାରୁ ଜିଲ୍ଲାବାସୀଙ୍କ ପାଇଁ ଏକ କ୍ରୁର ଉପହାସ ବୋଲି ପରିବର୍ତ୍ତନ କମିଟି ପକ୍ଷରୁ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.