ETV Bharat / state

Teacher Transfer Demand: ଶିକ୍ଷକଙ୍କ ବଦଳି ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଅଭିଭାବକ

author img

By

Published : Dec 18, 2021, 9:36 PM IST

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଗଧାପାଲି ଗାଁଲୋକେ ଶିକ୍ଷକ ବଦଳିକୁ ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଅଭିଭାବକ ଓ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦର ସଭ୍ୟମାନେ ଜିଲ୍ଲା ପ୍ରଶାସନ ପାଖରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

Parents
Parents

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଗଧାପାଲି ଗାଁଲୋକେ ଶିକ୍ଷକ ବଦଳିକୁ ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଅଭିଭାବକ ଓ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦର ସଭ୍ୟମାନେ ଜିଲ୍ଲା ପ୍ରଶାସନ ପାଖରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।

ଶିକ୍ଷକଙ୍କ ବଦଳି ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଅଭିଭାବକ

ଗାଁ ବିଦ୍ୟାଳୟରେ ପୂର୍ବରୁ ଶିକ୍ଷକ ଥିବା ସଂଜୟ ଭୋଇ ଅଭିଭାବକ ଓ ପରିଚାଳନା ପରିଷଦର ସଭ୍ୟମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିଲେ । ଫଳରେ ଅଭିଭାବକ ମାନଙ୍କ ଦାବି ଆପତ୍ତି ପରେ ତିନି ବର୍ଷ ତଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ସଂଜୟ ଭୋଇଙ୍କୁ ନିକଟସ୍ଥ ଏକ ବିଦ୍ୟାଳୟକୁ ବଦଳି କରିଥିଲେ ।

ତେବେ ପୁଣି କିଛି ଦିନ ତଳେ ଶିକ୍ଷକ ସଂଜୟ ଭୋଇଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଧାପାଲି ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଶିକ୍ଷକ ସଂଜୟଙ୍କୁ ପୁଣି ଗାଁ ବିଦ୍ୟାଳୟକୁ ଦେବା ପରେ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ପ୍ରଶାସନ ପାଖରେ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.