ETV Bharat / state

ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ: ସମ୍ବଲପୁର ନୃତ୍ୟରେ ଦୁଲୁକିଲା ଭୀମଭୋଇ କଳା ମଣ୍ଡପ - Paenri cultural festival started

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରୀ ବାର୍ଷିକ ଉତ୍ସଵ-2020 ଉଦଘାଟିତ । ଉତ୍ସବର ପ୍ରଥମ ସନ୍ଧ୍ୟା ମା' ସୁରେଶ୍ବରୀଙ୍କ ଭଜନରୁଆରମ୍ଭ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ ।

Paenri cultural festival started
ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ; ଦୁଲୁକିଲା ଭୀମଭୋଇ କଳା ମଣ୍ଡପ
author img

By

Published : Jan 2, 2020, 1:02 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରୀ ବାର୍ଷିକ ଉତ୍ସଵ-2020 ଉଦଘାଟିତ ହୋଇଯାଇଛି । ନୂଆବର୍ଷ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥିସହ ସେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ; ଦୁଲୁକିଲା ଭୀମଭୋଇ କଳା ମଣ୍ଡପ

ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ଜିଲ୍ଲାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ । ମା' ସୁରେଶ୍ବରୀଙ୍କ ଭଜନରୁ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ଢୋଲ, ନିଶାନ, ତାସା, ମହୁରୀ ଆଦି ଧ୍ଵନି ସାଙ୍ଗକୁ ନୃତ୍ୟାଙ୍ଗନାଙ୍କ ଝୁମୁକାର ଶଦ୍ଦରେ ଦୁଲୁକି ଉଠିଥିଲା ଭୀମଭୋଇ କଳା ମଣ୍ଡପ । ଏଥିସହ ସୁଦୂର ରାଜସ୍ଥାନରୁ ଆସିଥିବା କଳାକାରମାନେ ଘୁମେର ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ କାର୍ଯ୍ୟକ୍ରମରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ତେବେ 3 ଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଉତ୍ସଵର ଦ୍ଵିତୀୟ ସନ୍ଧ୍ୟାରେ ଢାପ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରୀର ବାର୍ଷିକୋତ୍ସଵ 2020 ଉଦଘାଟିତ ହୋଇ ଯାଇଛି।ନୁଆଁ ବର୍ଷର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିବା ସହିତ ଜିଲ୍ଲାର ବିକାଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଜିଲ୍ଲାବାସୀଙ୍କୁ ନୁଆଁ ବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ।
ମା ସୁରେଶ୍ୱରୀଙ୍କ ଭଜନରୁ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ।

Body:ପଶ୍ଚିମ ଓଡ଼ିଶାର ଢୋଲ , ନିଶାନ , ତାସା , ମହୁରୀ ଆଦି ଧ୍ଵନି ସାଙ୍ଗକୁ ନୃତ୍ୟାଙ୍ଗନାଙ୍କ ଝୁମୁକାର ଶବଦରେ ଦୁଲୁକି ଉଠିଥିଲା ଭୀମଭୋଇ କଳା ମଣ୍ଡପ।ସେହିପରି ସୁଦୂର ରାଜସ୍ଥାନରୁ ଆସିଥିବା କଳାକାରମାନେ ଘୁମେର ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକୋତ୍ସଵର ଦ୍ଵିତୀୟ ସନ୍ଧ୍ୟାରେ ଢାପ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Ready to be used .Edited visual has been sent.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.