ETV Bharat / state

ପଏଁରୀ ତିହାର-୨୦୨୨ ଉଦଘାଟିତ୍‌: ସଂନ୍ଧ୍ୟାରେ ଦୁଲୁକିବ ଭୀମଭୋଇ ମଣ୍ଡପ - ପଏଁରୀ ତିହାର-୨୦୨୨

ସୁବର୍ଣ୍ଣପୁର ସହରରେ ପଏଁରୀ ଅନୁଷ୍ଠାନ ପକ୍ଷରୁ ପଏଁରୀ ତିହାର-୨୦୨୨ ଉଦଘାଟିତ୍‌ ହୋଇଛି । ମହାମାରୀ କୋଭିଡ ପାଇଁ ଦୁଇ ବର୍ଷ ପଏଁରୀ ଉତ୍ସବ ବନ୍ଦ ଥିଲା । ତେବେ ଚଳିତ ବର୍ଷ ପୁଣି ବେଶ ଜାକଜମକରେ ତିହାର ପାଳନ କରାଯାଉଛି । ଅଧିକ ପଢନ୍ତୁ

ପଏଁରୀ ତିହାର-୨୦୨୨ ଉଦଘାଟିତ୍‌: ସଂଧ୍ୟାରେ ଦୁଲୁକିବ ଭୀମଭୋଇ ମଣ୍ଡପ

author img

By

Published : Mar 27, 2022, 4:41 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ପଏଁରୀ ଅନୁଷ୍ଠାନ ପକ୍ଷରୁ ପଏଁରୀ ତିହାର-୨୦୨୨ ଉଦଘାଟିତ୍‌ ହୋଇଛି । ମହାମାରୀ କୋଭିଡ ପାଇଁ ଦୁଇ ବର୍ଷ ପଏଁରୀ ଉତ୍ସବ ବନ୍ଦ ଥିଲା । ତେବେ ଚଳିତ ବର୍ଷ ପୁଣି ବେଶ ଜାକଜମକରେ ତିହାର ପାଳନ କରାଯାଉଛି ।

ପଏଁରୀ ତିହାର-୨୦୨୨ ଉଦଘାଟିତ୍‌: ସଂଧ୍ୟାରେ ଦୁଲୁକିବ ଭୀମଭୋଇ ମଣ୍ଡପ

ସେହିପରି ଆଜି ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିର ପରିସରରୁ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଏଁରୀର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କେନ୍ଦ୍ର ସଂସ୍କୃତି ବିଭାଗ, ରାଜ୍ୟ ସଂସ୍କୃତି ବିଭାଗ , ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସହରର ଭୀମଭୋଇ ମଣ୍ଡପରେ ଏହି ତିହାର ଆୟୋଜନ କରାଯାଇଛି ।

ସେହିଭଳି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ସଂଗଠନ ଏହି ତିହାରରେ ସାମିଲ ହୋଇ ନିଜ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଢୋଲ, ନିଶାନ, ତାସା, ମହୁରୀ ଆଦି ବାଦ୍ୟ ଯନ୍ତ୍ରର ଗୁରୁଗମ୍ଭିର ଧ୍ବନିରେ ଦୁଲୁକି ଉଠୁଛି ଭୀମଭୋଇ କଳାମଣ୍ଡପ । ଏଥିସହ ଦଣ୍ଡ ତଥା ଲୋକ ନୃତ୍ୟ ପରିବେଷଣ କରି କଳାକାରମାନେ ଯେତେ ଆନନ୍ଦିତ ସେତିକି ମଜା ନେଉଛନ୍ତି ଦେଖଣାହାରୀ ।

ଅନ୍ୟପଟେ ଆଜି ମଧ୍ୟ ରାତ୍ର ଯାଏଁ ଭୀମଭୋଇ କଳାମଣ୍ଡପରେ ପ୍ରାୟ ୨୦ରୁ ଅଧିକ ସାଂସ୍କୃତିକ ଦଳ ନିଜ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହିତ କଳାକାରଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଆୟୋଜକ ମଣ୍ଡଳୀର ସଭ୍ୟ ଚୌଧୁରୀ ବିଭାର ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.