ETV Bharat / state

ତରଭା ବନ୍ୟାକୁ ବର୍ଷେ, ଏବେ ବି ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ - Tarava flood

ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ ହୋଇଥିବା ବନ୍ୟାକୁ ବର୍ଷେ ବିତିଥିଲେ ମଧ୍ୟ ଏବେ ବି ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ...

ତରଭା ବନ୍ୟାକୁ ବର୍ଷେ, ଏବେ ବି ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ

author img

By

Published : Aug 19, 2020, 7:33 AM IST

ସୁବର୍ଣ୍ଣପୁର: ବର୍ଷେ ତଳେ ମଧ୍ୟାହ୍ନରେ ଚାହୁଁ ଚାହୁଁ ମାଡି ଆସିଲା ପାଣି । ଘର-ଦ୍ବାର ରାସ୍ତା-ଘାଟ ସବୁକିଛି ଜଳମଗ୍ନ ହୋଇଗଲା । ପ୍ରବଳ ବର୍ଷା ସାଙ୍ଗକୁ ପବନରେ ମୁହଁକୁ ମୁହଁ ଦିଶୁ ନ ଥାଏ । ଆକାଶରେ ଭାସି ଯାଉଥିବା କଳାବାଦଲ ସୂର୍ଯ୍ୟଙ୍କୁ ଢାଙ୍କି ଦେଇଥାଏ । ଯେ ଯୁଆଡେ ଥିଲେ ସଭିଏଁ ପକ୍କା ଘରେ ଆଶ୍ରୟ ନେଲେ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଗାଁରେ ଦେଖା ଦେଇଥିବା ବନ୍ୟା ବିଭୀଷିକାର କାହାଣୀ । ହେଲେ ବର୍ଷେ ପରେ ବି ସରକାରୀ ସହାୟତା ଆଶାରେ ରହିଛନ୍ତି କ୍ଷତିଗ୍ରସ୍ତ ।

ଆଜି ବି ବନ୍ୟାର ସେ ବିତ୍ପାତ ମନରୁ ଲିଭିନି । କି ଲିଭିନି ସେ ଦାରୁଣ ଦୁଃଖ । ତେବେ ବନ୍ୟା ଛାଡିଗଲା ପରେ ବନ୍ୟା ପୀଡିତ ପରିବାରମାନଙ୍କୁ ଅଳ୍ପ କିଛି ଘରଭଙ୍ଗା ସହାୟତା ଦେଇ ସରକାର ତାଙ୍କର କର୍ତ୍ତବ୍ୟ ସାରିଦେଇଥିବା ଦେଖିବାକୁ ମିଳିଛି ।

ତରଭା ବନ୍ୟାକୁ ବର୍ଷେ, ଏବେ ବି ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ

ଭୟଙ୍କର ବନ୍ୟାରେ ତରଭା ସହର ସମେତ ତୁଲୁଣ୍ଡା, ନରଡା, ନାଁଧରା ଆଦି ଗାଁରେ ବେଶ କ୍ଷତିଗ୍ରସ୍ତ ହୋଇଥିଲା । ହେଲେ ଆଜିଯାଏଁ ରାସ୍ତାଘାଟର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅନେକ କ୍ଷତିଗ୍ରସ୍ତଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହେଉଛି । ବାସହରା ଲୋକେ ଏବେ ବି ପଲିଥିନ ତଳେ ଜୀବନ ବିତାଉଥିବା ଦେଖାଯାଉଛି । ଏମାନଙ୍କୁ ଘରଡିହ ଯୋଗାଇ ଦେବା ସହିତ ବାସଗୃହ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।

ତୁଲୁଣ୍ଡା ଗାଁରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଦୁଇ ମୁଣ୍ଡରେ ଘାଇ ହେବାରୁ ବନ୍ୟା ପାଣି ଆଖପାଖ ଗାଁ ଓ ତରଭା ସହର ଭିତରକୁ ପଶିଥିଲା । ଯାହା ଅନେକଙ୍କୁ ଦାରୁଣ ଦୁଃଖ ଦେଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.