ETV Bharat / state

ବେଆଇନ ବ୍ଲାଷ୍ଟିଂ ଅଭିଯୋଗ, ଜଣେ ଗିରଫ - One man arrested

ମହାନଦୀରେ ବେଆଇନ ବ୍ଲାଷ୍ଟିଂ କରି ମାଛ ମାରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ତେବେ ମତ୍ସ୍ୟଜୀବୀମାନେ ଏମାନଙ୍କୁ କାବୁ କରିବା ପାଇଁ ଯିବା ବେଳେ ତିନିଜଣ ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ । ଅଧିକ ପଢନ୍ତୁ...

ଅପ୍ରାକୃତିକ ଉପାୟରେ ମାଛ ମାରିବା ଅଭିଯୋଗରେ ଜଣେ ଗିରଫ

author img

By

Published : Jun 3, 2021, 10:29 AM IST

ସୁବର୍ଣ୍ଣପୁର: ମହାନଦୀରେ ବେଆଇନ ବ୍ଲାଷ୍ଟିଂ କରି ମାଛ ମାରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ମାଛ ମାରିବା ପାଇଁ କିଛି ଅସାମାଜିକ ଯୁବକ ଜିଲୋଟିନ ବ୍ୟବହାର କରି ବ୍ଳାଷ୍ଟିଂ କରୁଥିଲେ । ତେବେ ମତ୍ସ୍ୟଜୀବୀମାନେ ଏମାନଙ୍କୁ କାବୁ କରିବା ପାଇଁ ଯିବା ବେଳେ ତିନିଜଣ ଦୌଡି ପଳାଇଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ହାବୁଡରେ ପଡି ଯାଇଥିଲା । ମତ୍ସ୍ୟଜୀବୀମାନେ ମାଛ ସହିତ ଜିଲୋଟିନ ଜବତ କରି ଉକ୍ତ ବ୍ୟକ୍ତିକୁ ସଦର ପୋଲିସ ଥାନାରେ ଜିମା ଦେଇଥିଲେ ।

ଅପ୍ରାକୃତିକ ଉପାୟରେ ମାଛ ମାରିବା ଅଭିଯୋଗରେ ଜଣେ ଗିରଫ

ତେବେ ଅପରାହ୍ନରେ ମହାନଦୀ ଭିତରେ ଚଳପ୍ରଚଳ ନ ଥିବାର ସୁଯୋଗ ନେଇ ବ୍ରିଜ ତଳେ ବ୍ଳାଷ୍ଟିଂ କରୁଥିବାବେଳେ ମତ୍ସ୍ୟଜୀବୀମାନେ ଏମାନଙ୍କୁ କାବୁ କରିଥିଲେ । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ କାବୁ ହୋଇଥିବା ଅଭିଯୁକ୍ତ ହିକୁଡି ଗାଁର ଧର୍ମୁ କୁମ୍ଭାରଙ୍କ ପୁଅ ପ୍ରଦୀପ କୁମ୍ଭାର ବୋଲି ଜଣାପଡିଛି । ଏ ସଂପର୍କରେ ସଦର ଥାନାରେ ୧୩୩/୨୧ରେ ଏକ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.