ETV Bharat / state

ବାର୍‌‌ହା ଫାସରେ ପଡି ଭଣଜା ମୃତ, ମାମୁଁ ଗୁରୁତର - subarnapur news

ସୁବର୍ଣ୍ଣପୁର ଚୌକିଯୋର ନିକଟରେ ବାର୍‌ହା ପାଇଁ ବିଛା ଯାଇଥିବା ଫାସରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର । ଅଧିକ ପଢନ୍ତୁ..

ବାର୍‌ହା ଫାସରେ ପଡି ଭଣଜା ମୃତ, ମାମୁଁ ଗୁରୁତର

author img

By

Published : Nov 12, 2020, 10:20 AM IST

ସୁବର୍ଣ୍ଣପୁର: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା 11କେଭି ବିଦ୍ୟୁତ ତାରରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର । ସୁବର୍ଣ୍ଣପୁର ଚୌକିଯୋର ନିକଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସାଲେପାଲି ଗାଁର 17 ବର୍ଷୀୟ ତ୍ରିଲୋଚନ ସାଥୁଆ ବୋଲି ଜଣାପଡିଛି । ସେହିପରି ଗୁରୁତର ଯୁବକ ହେଲେ ସିଲାଟୀ ଗାଁର 32 ବର୍ଷୀୟ ମନୋଜ ବଣିଆ ।

ବାର୍‌ହା ଫାସରେ ପଡି ଭଣଜା ମୃତ, ମାମୁଁ ଗୁରୁତର

ସୂଚନାନୁସାରେ, ସନ୍ଧ୍ୟାରେ ଉଭୟେ ମାମୁଁ, ଭଣଜା ବିନିକାରୁ କାମ ସାରି ସିଲାଟୀ ଗାଁକୁ ବାଇକରେ ଫେରୁଥିଲେ । ହେଲେ ଚୌକିଯୋର ନିକଟ ରାସ୍ତାରେ ପୂର୍ବରୁ ବାର୍‌ହା ଶିକାର କରିବା ପାଇଁ ବିଛା ଯାଇଥିବା 11କେଭି ବିଦ୍ୟୁତ ତାର ବାର୍‌ହା ଫାସରେ ପଡ଼ି ଯାଇଥିଲେ । ବାଇକରୁ ଛିଟିକି ପଡ଼ି ମନୋଜ ଗୁରୁତର ହୋଇଥିବାବେଳେ 11କେଭି ବିଦ୍ୟୁତ ତାରରେ ଲାଗି ହୋଇ ଘଟଣାସ୍ଥଳରେ ତ୍ରିଲୋଚନର ମୃତ୍ୟୁ ହୋଇଛି ।

ମନୋଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳକୁ ବିନିକା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.