ETV Bharat / state

ବୋରୱେଲରେ ଖସିପଡିଲେ ବୃଦ୍ଧା; ହସ୍ପିଟାଲ ଯିବା ବାଟରେ ଚାଲିଗଲା ଜୀବନ - ସୁବର୍ଣ୍ଣପୁରରେ ଅଘଟଣ

ଝିଅ ଘରକୁ କୁଣିଆ ହୋଇଆସିଥିବା ବେଳେ ବୋରଓ୍ବେଲରେ ଖସିପଡିଲେ ବୃଦ୍ଧା । 10 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

Etv Bharat
ବୋରୱେଲରେ ଖସିପଡିଲେ ବୃଦ୍ଧା
author img

By ETV Bharat Odisha Team

Published : Nov 14, 2023, 12:00 PM IST

Updated : Nov 14, 2023, 1:15 PM IST

old woman falls into borewell

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଅଘଟଣ । ଝିଅ ଘରକୁ କୁଣିଆ ହୋଇଆସିଥିବା ବେଳେ ବୋରଓ୍ବେଲରେ ଖସିପଡିଲେ ବୃଦ୍ଧା । 10 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୃଦ୍ଧାଙ୍କୁ ଗଭୀର ବୋରଓ୍ବେଲ ଭିତରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଏହି ଘଟଣା ଘଟିଛି । ମୃତ ବୃଦ୍ଧା ହେଉଛନ୍ତି ଦୁଃଖୀ ନାଏକ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ସେ ବୋରଓ୍ବେଲରେ ଖସି ପଡିଥିଲେ । ଅଗ୍ନିଶମ ବାହିନୀ ଦ୍ବାରା ସମାନ୍ତରାଳ ଗାତ ଖୋଳାଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା ।

ବୃଦ୍ଧା ବୋରୱେଲରେ ଖସିପଡିବା ଖବର ପାଇବା ପରେ ସୋନପୁରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଜେସିବି ମେସିନ ସାହାଯ୍ୟରେ ବୋରୱେଲର ଚାରି ପାଖରେ ମାଟି ଖୋଳା ଆରମ୍ଭ ହୋଇଥିଲା । ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ବୋରୱେଲ ପାଖରେ ସମାନ୍ତରଳ ଗାତ ଖୋଳାଯାଇଥିଲା । ଶେଷରେ ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରାଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟ ସମୟରେ ବୋରୱେଲରୁ ଏକ ସାପ ମଧ୍ୟ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ବୃଦ୍ଧାଙ୍କ ପାଖରେ ଥିବା ଏକ ଗାତରେ ସାପଟି ରହିଥିଲା । ଉଦ୍ଧାର ସାପଟି ବିଷଧର ହୋଇଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି । ତେବେ ସାପ କାମୁଡାରୁ ନା ଶ୍ବାସରୁଦ୍ଧ ହୋଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ବୋରଓ୍ବେଲରେ ଖସିପଡିଲା 4 ବର୍ଷର ଶିଶୁ, 8 ଘଣ୍ଟା ପରେ ଉଦ୍ଧାର କଲା NDRF ଟିମ୍

ସୂଚନା ମୁତାବକ, ବୃଦ୍ଧା ଦୁଃଖୀ ନାଏକ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଥିବା ନିଜ ଝିଅ ଘରକୁ କୁଣିଆ ହୋଇଆସିଥିଲେ । ସୋମବାର ଦିନ ସେ ଝାଡୁ ତିଆରି ପାଇଁ ବେଣା ଆଣିବାକୁ ସୋନପୁର ବୁର୍ଡ଼ା ରାସ୍ତାର କଇଁଫୁଲ ଗାଁ ନିକଟକୁ ଯାଇଥିଲେ । ଏତିକି ବେଳେ ସେ ସେଠାରେ ଥିବା ଏକ ଅପରିତ୍ୟକ୍ତ ବୋରୱେଲ ଭିତରେ ଖସି ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-Nalanda- 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

ଉଦ୍ଧାର କାର୍ଯ୍ୟ ସମୟରେ ବୃଦ୍ଧା ଜଣଙ୍କ ସ୍ବର ଶୁଣିବାକୁ ମିଳିଥିଲା । ଏହାପରେ ଅଗ୍ନିଶମ ବାହିନୀ ଗାତ ଭିତରକୁ ଅକ୍ସିଜେନ ପଠାଇଥିଲା । ବୋଲଓ୍ବେଲର ଗଭୀର 20 ଫୁଟ ହେବ ବୋଲି କୁହାଯାଉଛି । ତେବେ କିଏ ଏହି ବୋରୱେଲ ଖୋଳିଥିଲା ସେନେଇ ତଦନ୍ତ କରାଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଏସ୍‌ପି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Nov 14, 2023, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.