ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ମୃତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଚରଦା ପଞ୍ଚାୟତ ଫୁଲମୁଠି ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 29, 2019, 11:58 AM IST

ସୁବର୍ଣ୍ଣପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଚରଦା ପଞ୍ଚାୟତ ଫୁଲମୁଠି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । 60 ବର୍ଷୀୟା ସନ୍ଧ୍ୟା ନାଏକ ନିକଟରେ ଥିବା ଚୌକି ଯୋର ଘାଟକୁ ଶୌଚ ପାଇଁ ଯିବା ସମୟରେ ଘଟିଥିଲା ଏହି ଅଘଟଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେ ବିଲ ବାଟ ଦେଇ ଯାଉଥିବା ବେଳେ ପୂର୍ବରୁ ଛିଣ୍ଡି ପଡିଥିବା 11 କେଭି ବିଦ୍ୟୁତ ତାରକୁ ମାଡି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ସେଠାରେ ପହଞ୍ଚି ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ।

ତେବେ ଏ ନେଇ ବିନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment 
visuals by official whats app
tirthabashi panda 
subarnapur 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.