ETV Bharat / state

ଦାବି ପୂରଣ ନହେଲେ ଜାରି ରହିବ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By ETV Bharat Odisha Team

Published : Sep 14, 2023, 8:00 AM IST

ବିଭିନ୍ନ ଦାବିକୁ ନେଇ ଗତ ତିନିଦିନ ଧରି ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

teachers continue protest
teachers continue protest
teachers continue protest

ସୁବର୍ଣ୍ଣପୁର: ଜାରି ରହିଛି ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଭିନ୍ନ ଦାବିକୁ ନେଇ ଗତ ତିନିଦିନ ଧରି ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଶିକ୍ଷକ ସଂଘ । ତେବେ ନୂତନ ପେନସନ ବ୍ୟବସ୍ଥାରେ ଶିକ୍ଷକମାନେ ଅଢେଇରୁ ତିନି ଦଶନ୍ଧି କାର୍ଯ୍ୟ କରି ଅବସର ପରେ ପ୍ରାୟ 1200 ଟଙ୍କା ପେନସନ ପାଉଛନ୍ତି । ଏହି ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ତେବେ ବିଧାୟକ ଓ ସାଂସଦମାନେ ନିର୍ବାଚିତ ହୋଇ ଶପଥ ଗ୍ରହଣ କଲେ ପେନସନ ପାଉଛନ୍ତି ହେଲେ ମଣିଷ ତିଆରି କାରଖାନାରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପେନସନ ପାଇଁ ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଆଗାମୀ 20 ତାରିଖରେ ଅଲ ଇଣ୍ଡିଆ ଟିଚରସ୍ ଫେଡେରେସନ ପକ୍ଷରୁ ଆସୁଥିବା ସଚେତନତା ରଥ ଆଗାମୀ ନୂଆଖାଇ ଦିନ ସଂଧ୍ୟାରେ ସୁବର୍ଣ୍ଣପୁରରେ ପହଞ୍ଚିବ । ଏହି ରଥ ମାଧ୍ୟମରେ ଉଭୟ ବୌଦ୍ଧ ଓ ସୁବର୍ଣ୍ଣପୁରର ସମସ୍ତ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ 21 ତାରିଖରେ ଉଭୟ ଜିଲ୍ଲାର ହଜାର ହଜାର ଶିକ୍ଷକଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯିବ । ଏହି ସଭାରେ ଆଗାମୀ ରଣନୀତି ସଂପର୍କରେ ସୂଚନା ଦେଇ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

ସେହିପରି ରାଜ୍ୟ ସରକାର ଶିକ୍ଷାଗତ ଯୋଗ୍ୟତା ଓ ଶିକ୍ଷା ଅନୁଷ୍ଠାନ ଅନୁଯାୟୀ ଶିକ୍ଷକମାନଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରିଥିଲେ । ଚାକିରି କାଳ ଆରମ୍ଭରୁ ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ପ୍ରାଥମିକ ଶିକ୍ଷକ ମାନେ ଆନ୍ଦୋଳନ ଜାରି ରଖିବା ସହିତ ୬ ବର୍ଷ ପାଇଁ ଛଅ ଗୋଟି ଇନକ୍ରିମେଣ୍ଟ ଦରମା ଦାବି କରି ଆସୁଛନ୍ତି । ଏବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସେମାନଙ୍କୁ ଛଅ ଗୋଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ପୂର୍ବତନ କେଡର ଶିକ୍ଷକ, କ୍ରୀଡା ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ଅବସର କାଳୀନ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ନେଇ ଦାବି କରାଯାଇଛି । ତେବେ ଶିକ୍ଷକ ସଂଘର ଏସବୁ ଦାବି ପୂରଣ ନ ହେଲେ ଶିକ୍ଷକମାନେ ନିକଟ ଭବିଷ୍ୟତରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.