ETV Bharat / state

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଦାଦନ ଶ୍ରମିକ ପରିବାର

author img

By

Published : Feb 20, 2020, 5:40 PM IST

ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ତେଲେଙ୍ଗାନା ରାଜ୍ୟରୁ ଏକ ଓଡିଆ ଦାଦନ ଶ୍ରମିକ ପରିବାରଙ୍କୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

odia labour family rescued from telengana
ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଦାଦନ ଶ୍ରମିକ ପରିବାର

ସୁବର୍ଣ୍ଣପୁର: ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଦାଦନ ଶ୍ରମିକ ପରିବାର । ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ତେଲେଙ୍ଗାନାରୁ ଏକ ଓଡିଆ ଦାଦନ ଶ୍ରମିକ ପରିବାରଙ୍କୁ ଉଦ୍ଧାର କରିଛନ୍ତି ।

ଗତ ନଭେମ୍ବର ଦ୍ଵିତୀୟ ସପ୍ତାହରେ ଉଲୁଣ୍ଡା ବ୍ଲକ ଢେଳେଇ ଗାଁର ସୁରେନ୍ଦ୍ର ଭରାସାଗର ନିଜ ପତ୍ନୀ ଓ ଝିଅକୁ ଧରି ଇଟା ଗଢିବା ପାଇଁ ତେଲେଙ୍ଗାନାର ବାଗାନପେଟକୁ ଯାଇଥିଲେ । ସେଠାରେ ସେମାନେ ଦୈନିକ ଖାଇବା ବାବଦ ମଜୁରୀ ପାଇଁ ଇଟା ଗଢୁଥିଲେ ।

ହେଲେ ଦୁଇ ମାସ ପରେ ସୁରେନ୍ଦ୍ର ମାଲିକଙ୍କୁ ମଜୁରୀ ମାଗିବାରୁ ତାଙ୍କ ମଜୁରୀ ଦଲାଲକୁ ଦେଇଦେଇଥିବା ମାଲିକ କହିଥିଲେ । ଏହାପରେ ସୁରେନ୍ଦ୍ର ଦଲାଲଙ୍କୁ ପଚାରିବାରୁ ସେ ଟଙ୍କା ପାଇନଥିବା କହିଥିଲେ ।

ଏହାପରେ ସୁରେନ୍ଦ୍ର ପୁଣିଥିରେ ମାଲିକଙ୍କ ପାଖକୁ ଯାଇ ମଜୁରୀ ବାବଦରେ ପଚାରିବାରୁ ମାଲିକ ତାଙ୍କର ମୋବାଇଲ ଛଡାଇ ନେବା ସହ ଜଗୁଆଳି ଲଗାଇ ଜୋର ଜବରଦସ୍ତ କାମ ଆଦାୟ କରୁଥିବା ସୁରେନ୍ଦ୍ର ନିଜ ଭାଇଙ୍କୁ ଜଣାଇଥିଲେ ।

ଏହାପରେ ତାଙ୍କ ଭାଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଏନେଇ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶ୍ରମ ବିଭାଗ ପକ୍ଷରୁ ସେଠାକାର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଯୋଗାଯୋଗ କରି ସୁରେନ୍ଦ୍ରଙ୍କ ପରିବାରକୁ ସେଠାରୁ ଉଦ୍ଧାର କରାଯାଇଛି ।

ଏଥିସହ ସୁରେନ୍ଦ୍ରଙ୍କ ପରିବାରକୁ ଟ୍ରେନ ଯୋଗେ ବଲାଙ୍ଗୀର ପଠାଇ ଜିଲ୍ଲା ଶ୍ରମ ଅଧିକାରୀ ତାଙ୍କୁ କାମ ଯୋଗାଇ ଦେବାକୁ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.