ETV Bharat / state

ନୂଆ ନୂଆରେ ନୂଆଖାଇ, ପ୍ରସ୍ତୁତ ହେଲାଣି ସୁବର୍ଣ୍ଣପୁର

ନୂଆଖାଇ ପର୍ବ । ପଶ୍ଚିମଓଡିଶା ବାସୀଙ୍କ ଗଣପର୍ବ ଭାବେ ପରିଚିତ ନୂଆଖାଇ ଲାଗି ଆରମ୍ଭ ହେଲାଣି ପ୍ରସ୍ତୁତି । ସାପ୍ତାହିକ ହାଟରେ ପଡିଲାଣି ନୂଆ ନୂଆ ଜିନିଷ । ହାଣ୍ଡି-ମାଠିଆ, କୁଲା-ପାଚିଆ ସହ ରଙ୍ଗବେରଙ୍ଗର ସମ୍ବଲପୁର ଶାଢୀ ସମାହାର ଦେଖିବାକୁ ମିଳିଲାଣି ହାଟରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 1, 2019, 4:50 PM IST

ସୁବର୍ଣ୍ଣପୁର: ନୂଆଖାଇ ପର୍ବ । ପଶ୍ଚିମଓଡିଶା ବାସୀଙ୍କ ଗଣପର୍ବ ଭାବେ ପରିଚିତ ନୂଆଖାଇ ଲାଗି ଆରମ୍ଭ ହେଲାଣି ପ୍ରସ୍ତୁତି । ସାପ୍ତାହିକ ହାଟରେ ପଡିଲାଣି ନୂଆ ନୂଆ ଜିନିଷ । ହାଣ୍ଡି-ମାଠିଆ, କୁଲା-ପାଚିଆ ସହ ରଙ୍ଗବେରଙ୍ଗର ସମ୍ବଲପୁର ଶାଢୀ ସମାହାର ଦେଖିବାକୁ ମିଳିଲାଣି ହାଟରେ । ଲୋକେ ହାଟରୁ ଏସବୁ ଜିନିଷ କିଣିବା ମଧ୍ୟ ଆରମ୍ଭ କଲେଣି । ଦର ଯାହା ହେଉନା କାହିଁକି ସେଥିରେ ଭୁକ୍ଷେପ ନକରି ନୂଆ ଜିନିଷ କିଣିବାରେ ଲାଗି ପଡିଲେଣି ସୁବର୍ଣ୍ଣପୁରବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ନୂଆଖାଇ ପର୍ବରେ ନୂଆ ସରିଆଁ ଧାନ, କ୍ଷୀର, ଦହି, ଗୁଆଘିଅ, ଗୁଡ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ ନବାନ୍ନ । ଆଉ ଏହାକୁ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରି ଭଣ୍ଡାର ଘର ଭରି ହେବାକୁ ଗୁହାରୀ କରାଯାଏ । ଏହାପରେ ପରିବାରର ସମସ୍ତେ ଏକାଠୀ ହୋଇ ଭୋଜନ କରିଥାନ୍ତି ।

ତେବେ ମା ମାଟି ଓ ଲକ୍ଷ୍ମୀଙ୍କୁ ସବୁକିଛି ସମର୍ପଣ କରି ନୂଆ ନୂଆରେ ନୂଆଖାଇ ପାଳନ କରିବା ସବୁଠୁ ପ୍ରାଚୀନ ପରମ୍ପରା ପଶ୍ଚିମ ଓଡିଶାରେ ଆଜି ବି ବଞ୍ଚି ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ନୂଆଁ ନୂଆଁରେ ନୂଆଁଖାଇ ।ସବୁକିଛି ନୂଆଁ ହୋଇଥାଏ ପଶ୍ଚିମ ଓଡିଶାର ଏହି ଗଣପର୍ବରେ ।ଚାଷୀ ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିଥାଏ ନିଜ ଇଷ୍ଟଦେବୀଙ୍କ ପାଖରେ ।କେବଳ ନୂଆଁଧାନ ନୁହେଁ ଲୁଗାପଟାଠୁ ଆରମ୍ଭ କରି ଅନେକ ଘରକରଣା ଜିନିଷସବୁ ନୂଆଁ ଭାବେ ବ୍ୟବହାର ହୋଇଥାଏ ନୂଆଁଖାଇରେ ।ଆଉ ଏଇଥି ପାଇଁ ସ୍ବତନ୍ତ୍ର ଭାବେ ବଜାରରୁ ଲୋକେ ନୂଆଁଖାଇ ପାଇଁ ସବୁକିଛି ସଂଗ୍ରହ କରିଥାନ୍ତି ।
Body:ଭିଓ-1-ସାରା ପଶ୍ଚିମ ଓଡିଶାରେ ପ୍ରତିଟି ପରିବାର ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ଏହି ଗଣ ପର୍ବ ନୂଆଁଖାଇ ।କୃଷି ପ୍ରଧାନ ଏହି ଅଂଚଳର ଚାଷୀ ଚାଷକାର୍ଯ୍ୟରୁ ମୁକୁଳିବା ପରେ ବର୍ଷର ଉତ୍ପାଦିତ ପହିଲି ଧାନକୁ ଅର୍ପଣ କରିଥାଏ ନିଜ ଇଷ୍ଟଦେବୀଙ୍କ ପାଖରେ ।ତା ପାଇଁ ହୁଏ କେତେ ସଜବାଜ ।ଘର ସଫା ସୁତୁରା ସହିତ ଲିପା ପୋଛା ହୁଏ ।ନୂଆଁ ସରିଆଁ ଧାନ ,କ୍ଷୀର ,ଦହି ,ଗୁଆଘିଅ ,ଗୁଡ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ ନବାର୍ଣ୍ଣ ।ଆଉ ଏହି ପ୍ରସ୍ତୁତ ନବାର୍ଣ୍ଣକୁ ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପତ୍ରରେ ନିଜ ନିଜର ଇଷ୍ଟଦେବ ଦେବୀଙ୍କ ପାଖରେ ସମର୍ପଣ କରିବା ପରେ ନିଜେ ଗ୍ରହଣ କରିଥାନ୍ତି ।ଆଉ ଏଇଥିପାଇଁ ନୂଆଁ ମାଟି ହାଣ୍ଡି ,କୁଲା ଭୂଗା ଆଦି ବାଉଁଶ ତିଆରି ଜିନିଷ ,ନୂଆଁ ଲୁଗାପଟା ଆଦି କିଣାଯାଏ ।ନୂଆଁଖାଇରେ ସବୁକିଛି ନୂଆଁଭାବେ ବ୍ୟବହାର ହୋଇଥାଏ ।
ବାଇଟ-1-ମିତ୍ରଭାନୁ ମେହେର ,ଗ୍ରାହକ ,ସୁବର୍ଣ୍ଣପୁର ।
ବାଇଟ-2-ତରଣୀ କୁମାର ମେହେର ,ବ୍ୟବସାୟୀ ,ସୁବର୍ଣ୍ଣପୁର ।
ଭିଓ-2-ସବୁକିଛି ଚାଷୀ ସଂଗ୍ରହ କରିଥାଏ ବଜାରରୁ ।ସହରଠୁ ଆରମ୍ଭ କରି ଗାଁଗଉଁଳି ଯାଏଁ ନୂଆଁଖାଇର ବେଶ କିଛି ଦିନ ପୂର୍ବରୁ ଲୋକେ ଲାଗି ପଡିଥାନ୍ତି ନୂଆଁଖାଇ ପାଳନ ପ୍ରସ୍ତୁତିରେ ।ସରିଆଁ ଧାନଠୁ ଆରମ୍ଭ କରି ଲୁଗାପଟା ,ଅଲଂକାର ,ରନ୍ଧନ ସାମଗ୍ରୀ ତଥା ପନିପରିବା ସବୁକିଛି କିଣି ନେଇଥାନ୍ତି ନୂଆଁଖାଇ ପାଇଁ ।ଦରଦାମ ଯେତେ ହେଲେ ବି ଲୋକେ ନୂଆଁଖାଇ ପାଇଁ ବେଶ କିଛି ଖର୍ଚ୍ଚ କରିଥାନ୍ତି ।ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବ ଦେବୀଙ୍କ ପାଖରେ ସମର୍ପଣ କରି ଭଣ୍ଡାର ଘର ଭରି ହେବାକୁ ଗୁହାରୀ କରିଥାନ୍ତି ।
ବାଇଟ-3-ମଧୂସୂଦନ ପ୍ରଧାନ ,ବୁଦ୍ଧିଜିବୀ ,ସୁବର୍ଣ୍ଣପୁର ।
ବାଇଟ-4-ପୁରୁଷୋତ୍ତମ ମିଶ୍ର ,ଗବେଷକ ,ସୁବର୍ଣ୍ଣପୁର ।
Conclusion:ଫାଭିଓ-ଭୁଦୋ ମାସରେ ଚାଷୀର ଅର୍ଥନୈତିକ ଅବସ୍ଥା ସେତେଟା ଭଲ ନ ଥିଲେ ହେଁ ଏଇ କୃଷି ଭିତ୍ତିକ ପର୍ବ ପାଳନ କରିବା ପାଇଁ ଚାଷୀ ବେଶ କିଛି ଖର୍ଚ୍ଚ କରିଥାଏ ନିଜ ଅଣ୍ଟିରୁ ।ମା ମାଟି ଓ ଲକ୍ଷ୍ମୀଙ୍କୁ ସବୁକିଛି ସମର୍ପଣ କରି ନୂଆଁ ନୂଆଁରେ ନୂଆଁଖାଇ ପାଳନ କରିବା ସବୁଠୁ ପ୍ରାଚୀନ ପରଂପରା ପଶ୍ଚିମ ଓଡିଶାରେ ଆଜି ବି ବଂଚି ରହିଛି । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.