ETV Bharat / state

ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Nov 23, 2020, 1:27 PM IST

ଆୟ ବହିର୍ଭୁତ ଅଭିଯୋଗ ହେବା ପରେ ସୁବର୍ଣ୍ଣପୁର ଘୋଡାଘାଟ ପଡାର ଜଣେ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ...

Non-revenue case: Vigilance raid on accountant's home in Subarnapur
ଆୟ ବହିର୍ଭୁତ ମାମଲା: ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢାଉ

ସୁବର୍ଣ୍ଣପୁର: ସହରର ଘୋଡାଘାଟ ପଡାର କମ୍ବୁପାଣି ମିଶ୍ରଙ୍କ ଘରେ ଜିଲ୍ଲା ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ।

ଅଭିଯୁକ୍ତ କମ୍ବୁପାଣି ବରଗଡ଼ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ବିରୋଧରେ ଆହ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢାଉ କରାଯାଇଥିଲା । ସହରରେ ଥିବା ତାଙ୍କର ଏକ ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିବା ସମୟରେ ଘରକୁ ବୈଷୟିକ ଟିମ ସହାୟତାରେ ମାପ କରିଥିଲେ ।

ତେବେ ଏହି ଘର 10 ଡିସିମିଲ ସ୍ଥାନରେ ହୋଇଥିବା ବେଳେ ଘରର ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଅଧିକାରୀମାନେ ଆକଳନ କରି କହିଛନ୍ତି । ଘର ଯେଉଁ ସମୟରେ କିଣାଯାଇଥିଲା ସେତେବେଳେ ଘରର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ କମ୍ବୁପାଣିଙ୍କ ସେହି ଘରେ ବର୍ତ୍ତମାନ ତିନୋଟି ପରିବାର ଭଡାରେ ରହୁଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.