ETV Bharat / state

ଅଣଋଣୀ ଚାଷୀ ଚଢା ଦରରେ କିଣୁଛି ୟୁରିଆ ସାର

author img

By

Published : Aug 25, 2021, 4:01 PM IST

ଖରିଫ ଋତୁରେ ଧାନ ଫସଲ ଚାଷ ନେଇ ଚିନ୍ତାରେ ଚାଷୀ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗ ନିକଟରେ ବିଭିନ୍ନ ରାଜନୈତିକ ଦଳ ତଥା କୃଷକ ସଙ୍ଗଠନ ଦାବି କରିଆସୁଥିଲେ ସୁଦ୍ଧା ଏବେବି ଚଢା ଦରରେ ସାର କିଣୁଛି ଚାଷୀ । ଅଧିକ ପଢନ୍ତୁ...

ଅଣଋଣୀ ଚାଷୀ ଚଢା ଦରରେ କିଣୁଛି ୟୁରିଆ ସାର
ଅଣଋଣୀ ଚାଷୀ ଚଢା ଦରରେ କିଣୁଛି ୟୁରିଆ ସାର

ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁ ଚାଷ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଅଣଋଣୀ ଚାଷୀମାନେ ବେଶ ଚଢା ଦରରେ ୟୁରିଆ ସାର କିଣୁଥିବା ଅଭିଯୋଗ ହୋଇଛି । ଚାଷ ଆରମ୍ଭ ନ ହେଉଣୁ ସାରର ଅଭାବ ଦେଖା ଦେଇଥିବାବେଳେ ଧାନ ଚାଷ ସମୟରେ ପ୍ରଥମ ଥର ପାଇଁ ୟୁରିଆ ସାର ବଣ୍ଟନ ନେଇ କୁହାଯାଇଥିବାବେଳେ ଚାଷୀଙ୍କୁ ଏ ଯାଏଁ ସାର ମିଳିପାରିନାହିଁ ।

ଅଣଋଣୀ ଚାଷୀ ଚଢା ଦରରେ କିଣୁଛି ୟୁରିଆ ସାର

ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗ ପାଖରେ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଙ୍ଗଠନ ପକ୍ଷରୁ ସାର ଯୋଗାଇ ଦେବା ପାଇଁ ଦାବି ହୋଇଛି । ଏବେ ବାହାଲ କିସମର ଜମିରେ ଦ୍ବିତୀୟ ପର୍ଯ୍ୟାୟର ୟୁରିଆ ସାର ଆବଶ୍ୟକ କରୁଛି । ଆଉ ଏହି ସମୟରେ ଋଣୀ ଚାଷୀମାନେ ସେବା ସମବାୟ ସମିତିରୁ ସରକାରୀ ଧାର୍ଯ୍ୟ ଦରରେ ରାସାୟନିକ ସାର ପାଉଛନ୍ତି ।

ହେଲେ ଅଣଋଣୀ ଚାଷୀମାନେ ବାହାର ବଜାରରୁ ଚଢା ଦରରେ ୟୁରିଆ କିଣୁଛି । ସରକାରୀ ଭାବେ ୟୁରିଆ ସାର ବସ୍ତା ପ୍ରତି 376 ଟଙ୍କା 25 ପଇସା ପଡୁଥିବା ବେଳେ ଅଣଋଣୀ ଚାଷୀମାନେ 100ରୁ 150 ଟଙ୍କା ଅଧିକ ଦେଇ ବାହାର ବଜାରରୁ କିଣି ଚାଷ କାର୍ଯ୍ୟରେ ପ୍ରୟୋଗ କରୁଛନ୍ତି । ତେବେ ଏନେଇ ବିଭିନ୍ନ କୃଷକ ସଙ୍ଗଠନ ଚାପରେ ଏଥର ପ୍ରଶାସନ ଚାଷୀଙ୍କୁ ସାର ଯୋଗାଇ ଦେଇଥିବା ବେଳେ ଅଣଋଣୀ ଚାଷୀ ଚଢା ଦରରେ କିଣୁଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.