ETV Bharat / state

ନିର୍ମାଣ ହୋଇଛି ଶୌଚାଳୟ ମାତ୍ର ହୋଇପାରୁନି କାର୍ଯ୍ୟକ୍ଷମ - ସୁବର୍ଣ୍ଣପୁର

ସ୍କୁଲରେ ଭିତ୍ତିଭୂମି ଯଥେଷ୍ଟ ଅଛି । ଦୁଇ ମହଲା ବିଶିଷ୍ଟ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଇଛି କିନ୍ତୁ 257 ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ମାତ୍ର ଶୌଚାଳୟ ସେ ପୁଣି ବର୍ଷେ ହେଲା ଅଚଳ । ବାଧ୍ୟ ହୋଇ ବାହାରକୁ ଯିବାକୁ ପଡୁଛି ଛାତ୍ରୀମାନଙ୍କୁ ।

ଡିଜାଇନ ଫଟୋ
author img

By

Published : Jul 27, 2019, 6:17 PM IST

ସୁବର୍ଣ୍ଣପୁର: ବିଦ୍ୟାଳୟରେ ସ୍ୱଛତା ଅଭିଯାନ ଫେଲ ମାରିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ପରିସରରେ ଶୌଚାଳୟ ତିଆରି ହୋଇଛି ମାତ୍ର ଶୌଚାଳୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ପାଣିର ଅଭାବରୁ ଶୌଚାଳୟ ବ୍ୟବହାର କରାଯାଇପାରୁନାହିଁ । ଫଳରେ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବାହାରକୁ ଯିବାକୁ ପଡୁଛି ।

ଏହି ଦୃଶ୍ୟ ହେଲା ହରଡାଖୋଲ ଗାଁରେ ଥିବା ସୁରେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟରେ ଅଧ୍ୟାପନା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମୀ ରହିଛି । ହେଲେ ଏଠାରେ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଛି ଗୋଟିଏ ମାତ୍ର ଶୌଚାଳୟ। କିନ୍ତୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଗ୍ରାମପଞ୍ଚାୟତ ପାଣ୍ଠିରେ ନିର୍ମାଣ ହୋଇଥିବା ଏହି ଶୌଚାଳୟ ବର୍ଷେ ହେଲାଣି ବ୍ୟବହାର ଉପଯୋଗୀ ହୋଇନି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବିଦ୍ୟାଳୟରେ ମୋଟ 257 ଜଣ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ଭିତରୁ ଉଭୟ ଶ୍ରେଣୀରେ 135 ଜଣ ଛାତ୍ରୀ ଅଛନ୍ତି । ବିଦ୍ୟାଳୟ ପରିସରରେ ସୌର ଚାଳିତ ଏକ ଗଭୀର ନଳକୂପ ରହିଛି । ଏପରିକି ନଳକୂପରୁ ଶୌଚାଳୟକୁ ପାଣି ସଂଯୋଗ ମଧ୍ୟ କରାଯାଇଛି । ମାତ୍ର ନଳକୂପର ମୋଟର ଅଚଳ ହୋଇପଡିଥିବାରୁ ପାଣି ସଂଯୋଗ କରାଯାଇପାରୁନାହିଁ । ତେବେ ଅଚଳ ସୌର ଚାଳିତ ନଳକୂପ କାର୍ଯ୍ୟକ୍ଷମ କରାଯାଇ ଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୃଷ୍ଟି କରାଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ବିଦ୍ୟାଳୟରେ ସ୍ବଛତା ଅଭିଯାନ ଫେଲ ମାରିଛି ।ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଶୌଚାଳୟ ବ୍ୟବହାର କରିବାର ସୁଯୋଗରୁ ବଂଚିତ ହେଉଛନ୍ତି ।ଲକ୍ଷାଧିକ ଟଂକା ବ୍ୟୟରେ ବିଦ୍ୟାଳୟ ପରିସରରେ ଶୌଚାଳୟ ତିଆରି ହୋଇଛି ।ହେଲେ ପାଣି ଅଭାବରୁ ଶୌଚାଳୟ ବ୍ୟବହାର କରାଯାଇ ପାରୁନାହିଁ ।ଆଜକୁ ପ୍ରାୟ ବର୍ଷେ ହେଲା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରକୁ ଯିବାକୁ ପଡୁଛି ।ସୁବର୍ଣ୍ଣପୁର ଜିଲ୍ଲା ହରଡୋଖାଲ ଗାଁରେ ଥିବା ସୁରେଶ୍ବର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଶୌଚ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନ ଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।Body:ଭିଓ-1-ସୁବର୍ଣ୍ଣପୁର ଜିଲ୍ଲା ହରଡୋଖୋଲ ସୁରେଶ୍ବର ଉଚ୍ଚ ବିଦ୍ୟାଳୟରେ ସ୍ବଛତା ଅଭିଯାନ ଫେଲମାରିଛି ।ବିଦ୍ୟାଳୟରେ ସବୁ ପ୍ରକାରର ବ୍ୟବସ୍ଥା ଥିଲେ ହେଁ ଛାତ୍ରଛାତ୍ରୀମାନେ ଶୌଚାଳୟ ବ୍ୟବହାର କରିବାରୁ ବଂଚିତ ହେଉଛନ୍ତି ।ପ୍ରାୟ 2 ଏକର ପରିମିତ ଯାଗାରେ ଅଂଚଳବାସୀଙ୍କ ପାଣ୍ଠି ସଂଗ୍ରହରେ ପ୍ରତିଷ୍ଠିତ ଦୁଇ ମହଲା ବିଦ୍ୟାଳୟରେ ଆବଶ୍ୟକ ଶୌଚାଳୟର ବ୍ୟବସ୍ଥା କରାଯାଇ ପାରିନାହିଁ ।ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ରହିଛି ଏକ ମାତ୍ର ଶୌଚାଳୟ ।ତାହା ବି କାର୍ଯ୍ୟକ୍ଷମ ହେଉନାହିଁ ।ଗ୍ରାମ ପଂଚାୟତର ପାଣ୍ଠିରେ ତିଆରି ଏହି ଶୌଚାଳୟ ଏକା ସମୟରେ ପାଂଚ ଜଣ ବ୍ୟବହାର କରିବାର ବ୍ୟବସ୍ଥା ରହିଛି ।ହେଲେ ପାଣି ଅଭାବରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି ।
ବାଇଟ-1-ଲିଜା କର୍ମୀ ,ଛାତ୍ରୀ ।
ବାଇଟ-2-ରିଂକି ବାଗ ,ଛାତ୍ରୀ ।
ଭିଓ-2-ଏହି ବିଦ୍ୟାଳୟରେ ମୋଟ 257 ଜଣ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।ସେ ଭିତରୁ ଉଭୟ ଶ୍ରେଣୀରେ 135 ଜଣ ଛାତ୍ରୀ ଅଛନ୍ତି ।ହେଲେ ବଢିଲା ଛାତ୍ରୀମାନେ ପାଣି ଅଭାବରୁ ଶୌଚାଳୟ ବ୍ୟବହାର କରିବାର ସୁଯୋଗ ପାଉ ନାହାନ୍ତି ।ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ ପରିସର ବାହାରକୁ ଯିବାକୁ ପଡୁଛି ।ବିଦ୍ୟାଳୟ ପରିସରରେ ସୌର ଚାଳିତ ଗଭୀର ନଳକୂଅ ରହିଛି ।ଗଭୀର ନଳକୂଅରୁ ଶୌଚାଳୟକୁ ପାଣି ସଂଯୋଗ କରାଯାଇଛି ।ହେଲେ ଗଭୀର ନଳକୂଅର ମୋଟର ଅଚଳ ହୋଇଥିବାରୁ ଏହି ଏକମାତ୍ର ଶୌଚାଳୟ କାମରେ ଆସି ପାରୁନାହିଁ ।ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ତିଆରି କରିବା ସହିତ ଆବଶ୍ୟକ ସୁବିଧା ଯୋଗାଇ ଦେବା ପାଇଁ ଦାବୀ ହେଉଛି ।ଅପରପକ୍ଷରେ ଶୌଚାଳୟ ପାଇଁ ଗ୍ରାମ ପଂଚାୟତକୁ ଅନୁରୋଧ କରାଯାଇଥିବା ବେଳେ ଅଚଳ ସୌର ଚାଳିତ ଗଭୀର ନଳକୂଅ କାର୍ଯ୍ୟକ୍ଷମ କରାଯାଇ ଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୃ୍ଷ୍ଟି କରାଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
ବାଇଟ-3-ଧରଣୀ ବାଘ ,ଛାତ୍ର ।
ବାଇଟ-4-ଲକ୍ଷ୍ଣଣ ରଣା ,ପ୍ରଧାନ ଶିକ୍ଷକ ,ସୁରେଶ୍ବର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ,ସୁବର୍ଣ୍ଣପୁର ।Conclusion:ଫାଭିଓ-ବିଦ୍ୟାଳୟରେ ଅଧ୍ୟୟନ ଅଧ୍ୟାପନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମୀ ରହିଛି ।ହେଲେ ବଢିଲା ଝିଅ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରା ନ ଯିବା ନିହାତି ପରିତାପର ବିଷୟ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.