ETV Bharat / state

ମାଓ ଅଞ୍ଚଳରେ ନାହିଁ ଥାନା, ବଢିଚାଲିଛି ଅରାଜକତା - demad for police station

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଳକ ଉଲୁଣ୍ଡା ବ୍ଲକରେ ଥାନା ପ୍ରତିଷ୍ଠା ପାଇଁ ଦାବି । ଉକ୍ତ ସ୍ଥାନରେ ବଢିଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅଧିକ ପଢନ୍ତୁ...

ମାଓ ଅଞ୍ଚଳରେ ନାହିଁ ଥାନା , ବଢିଚାଲିଛି ଅରାଜକତା
ମାଓ ଅଞ୍ଚଳରେ ନାହିଁ ଥାନା , ବଢିଚାଲିଛି ଅରାଜକତାମାଓ ଅଞ୍ଚଳରେ ନାହିଁ ଥାନା , ବଢିଚାଲିଛି ଅରାଜକତା
author img

By

Published : May 31, 2021, 5:02 PM IST

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ସିଣ୍ଢୋଲ ଗାଁରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି ହେଉଛି । 1908 ମସିହାରେ ସିଣ୍ଢୋଲଠାରେ ସୋନପୁର ଗଡଜାତର ତତ୍କାଳୀନ ଚୌହାନ ରାଜା ଏକ ଥାନା ପ୍ରତିଷ୍ଠା କରିଥିଲେ । ଏହି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ, କାଠ ଚୋରି ଆଦି ରୋକିବା ପାଇଁ ରାଜୁଡା ଅମଳରେ ଏକ ଥାନା ପ୍ରତିଷ୍ଠା କରାଯାଇଥିଲା । ହେଲେ 2000 ମସିହାରେ ସିଣ୍ଢୋଲ ଠାରୁ ଉଲୁଣ୍ଡା ସହରକୁ ଥାନାଟି ଉଠାଇ ଅଣାଯାଇଥିଲା । ଉଲୁଣ୍ଡାରେ ଥାନା ପ୍ରତିଷ୍ଠା ହେବା ପରେ ଏହି ଅଞ୍ଚଳର ଜନସାଧାରଣଙ୍କୁ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରିବାକୁ ପୋଲିସ ବିଭାଗ ପ୍ରତିଶୃତି ଦେଇଥିଲା। ହେଲେ ଆଜକୁ 21 ବର୍ଷ ହେବା ପରେ ବି ପୋଲିସ ତାର ପ୍ରତିଶୃତି ରକ୍ଷା କରି ପାରିନଥିବା ଅଭିଯୋଗ ହୋଇଛି ।

ମାଓ ଅଞ୍ଚଳରେ ନାହିଁ ଥାନା , ବଢିଚାଲିଛି ଅରାଜକତା

ଉଲୁଣ୍ଡା ସହର ଓ ସମ୍ବଲପୁର ଜିଲ୍ଲା ଧମା ସହର ପ୍ରାୟ 42 କିଲୋମିଟର ଭିତରେ ଆଉ କୌଣସି ଥାନା ଅବା ପୋଲିସ ଫାଣ୍ଡି ନ ଥିବାରୁ ଏହି ଅଞ୍ଚଳର ଲୋକେ ଆଉ ପୋଲିସ ସେବା ପାଇ ପାରୁ ନାହାନ୍ତି । ପୁଣି ଏହା ଜଙ୍ଗିଲିଆ ଅଞ୍ଚଳ ହୋଇଥିବାରୁ ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ବି ରହିଛି। ବ୍ୟାପକ ପରିମାଣରେ ସିଂହାସନ ଜଙ୍ଗଲରୁ କାଠ ଚୋରି ମଧ୍ୟ ହେଉଛି । ତେଣୁ ସିଣ୍ଢୋଲ ଠାରେ ତୁରନ୍ତ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ଦାବି ହେଇ ଆସୁଛି। ଅପରପକ୍ଷରେ ଚିରାଚରିତ ଢଙ୍ଗରେ ଜନସାଧାରଣଙ୍କ ଦାବି ଉପରେ ପୋଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.