ସୁବର୍ଣ୍ଣପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଅଧିକାରୀଙ୍କ ମରୁଡ଼ି । ଆଜକୁ ଦୁଇ ବର୍ଷରୁ ଅଧିକ ହେବ ସୁବର୍ଣ୍ଣପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପଦବୀ ଖାଲି ପଡ଼ିଛି। ସେହିପରି ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପ୍ରଶାସନ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜୀବିକା ପଦବୀ ଦୁଇଟି ମଧ୍ୟ ଖାଲି ପଡ଼ିଛି । ଏପରିକି ଦୁଇ ଜଣ କନିଷ୍ଠ କିରାଣି ପଦଵୀ ମଧ୍ୟ ଦୀର୍ଘ ଦିନରୁ ଖାଲି ପଡ଼ିଛି। କାର୍ଯ୍ୟାଳୟରେ ଥିବା 4 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅବସର ଗ୍ରହଣ କରିବା ପରେ ସେହି ପଦବୀ ଗୁଡିକରେ ନୂତନ ନିଯୁକ୍ତି କରାଯାଇ ପାରିନାହିଁ।
ତେବେ ଭାରପ୍ରାପ୍ତ ଅଧିକାରୀମାନେ କାର୍ଯ୍ୟାଳୟରେ ନିଜେ ପିଅନ ,ନିଜେ ଅଧିକାରୀ ଓ ନିଜେ ନିଜର ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିରୁ ଜଣା ପଡୁଛି ଯେ ତୃଣମୂଳ ସ୍ତରରେ ବିଜୁ ବିଦ୍ୟୁତ କରଣ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା,ଗ୍ରାମାଞ୍ଚଳ ଗୃହ ଯୋଜନା ତଥା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଦି କିଭଳି କାର୍ଯ୍ୟକାରୀ ହେଉଛି। ତେବେ ତୁରନ୍ତ ପଦପଦବୀ ଗୁଡିକ ପୂରଣ କରାଗଲେ ଜିଲ୍ଲାର ବିକାଶ ସହିତ ଲୋକେ ରୋଜଗାର ପାଇବେ ବୋଲି ଦାବି ହେଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ