ETV Bharat / state

ପ୍ରେମର ସ୍ମାରକୀ ନିମୁହିଁ ଦେଉଳ, ଲାଗୁଛି ପ୍ରେମୀଯୁଗଳଙ୍କ ଭିଡ - ସୁବର୍ଣ୍ଣପୁର ଖବର

ଭାଲେଣ୍ଟାଇନ ଡେ'ରେ ସୁବର୍ଣ୍ଣପୁର ସହରରେ ଥିବା ଶଶିସେଣା ମନ୍ଦିର ଗାଉଛି ପ୍ରେମର ସଂଗୀତ। ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି ଏହି ମନ୍ଦିର । ଆଉ ଏକ ସ୍ବତନ୍ତ୍ରତା ଯେ ଏହି ଅଧିକ ପଢନ୍ତୁ...

ପ୍ରେମର ସ୍ମାରକୀ ନିମୁହିଁ ଦେଉଳ, ଲାଗୁଛି ପ୍ରେମୀଯୁଗଳଙ୍କ ଭିଡ

author img

By

Published : Feb 14, 2021, 3:19 PM IST

ସୁବର୍ଣ୍ଣପୁର: ପ୍ରେମ ସତ୍ୟ ,ଶିବ ଓ ସୁନ୍ଦର। ଏମିତି ଏକ ଶବ୍ଦ ଯାହା କାଳଜୟୀ ଯୁଗେ ଯୁଗେ ପ୍ରେମ ଯେତିକି ଶାସ୍ବତ ସେତିକି ବି ଚିରନ୍ତନ । ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମକୁ ସାଇତି ରଖିବା ପାଇଁ କେଉଁଠି ପ୍ରେମିକ ଦେଇଛି ପ୍ରେମିକାକୁ ଉପହାର ତ କେଉଁଠି ପ୍ରେମର ଅମର ସ୍ମୃତିରେ କିଏ ଗଢିଛି ପ୍ରେମ ମନ୍ଦିର।

ପ୍ରେମର ସ୍ମାରକୀ ନିମୁହିଁ ଦେଉଳ, ଲାଗୁଛି ପ୍ରେମୀଯୁଗଳଙ୍କ ଭିଡ

ଆଜି ପରି ଭାଲେଣ୍ଟାଇନ ଡେ' ରେ ସୁବର୍ଣ୍ଣପୁର ସହରରେ ଥିବା ଶଶିସେଣା ମନ୍ଦିର ଗାଉଛି ପ୍ରେମର ସଂଗୀତ। ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି ଏହି ମନ୍ଦିରର । ଆଉ ଏକ ସ୍ବତନ୍ତ୍ରତା ଯେ ଏହି ମନ୍ଦିରକୁ ଯିବା ପାଇଁ ବାଟ ନାହିଁ ସେଥିପାଇଁ ଏହି ମନ୍ଦିର ନିମୁହିଁ ମନ୍ଦିର ମଧ୍ୟ କହନ୍ତି । ସହରର ବିଭିନ୍ନ ଭାଗରେ ରହିଛି ଅନେକ ଛୋଟବଡ ପ୍ରାଚୀନ ମଂଦିର ।

ସୁବର୍ଣ୍ଣପୁର ନିଜର ଐତିହ୍ୟ ଓ ଲୋକ ପରମ୍ପରାରେ ଯେତିକି ପ୍ରସିଦ୍ଧ ସେତିକି ଚର୍ଚ୍ଚିତ ମାଟିର ଲୋକ କଥାକୁ ନେଇ । ବିଶେଷ କରି ସପ୍ତମ ଅଷ୍ଟମ ଶତାଦ୍ଦୀରେ ଏ ମାଟିର ଏକ ଅମର ପ୍ରେମ କାହାଣୀ କୁ ନେଇ ନିର୍ମିତ ଶଶିସେଣା ମଂଦିର ଆଜି ବି ପ୍ରେମର ଶାସ୍ବତ ଗୀତ କୁ ଗାଇଚାଲିଛି । ସହର ମଧ୍ୟରେ ଥିବା ଶଶିସେଣା ମଂଦିର ଯେତିକି ପୂରୁଣା ସେତିକି ପ୍ରାଚୀନ ଏହି ମନ୍ଦିରର କିମ୍ବଦନ୍ତି ଓ ଇତିହାସ ।

ଏକଦା ସୁବର୍ଣ୍ଣପୁର ରାଜ୍ୟର ରାଜକୁମାରୀ ଶଶୀସେଣା,ଅହିମାଣିକ୍ୟ ଓ ତନ୍ତ୍ରସାଧିକା ଜ୍ଞାନଦେଇ ମାଲୁଣୀକୁ ନେଇ ଥିବା ତ୍ରିକୋଣୀୟ ପ୍ରେମ କାହାଣୀକୁ ବହନ କରୁଛି ଏହି ସୁରମ୍ୟ ମନ୍ଦିର । ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟର ଉତ୍ସର୍ଗୀକୃତ ପ୍ରେମ ହିଁ ମନ୍ଦିରର ପ୍ରତିଟି ଗାତ୍ରରେ ହେଉଛି ପ୍ରତିଫଳିତ ।

ତେବେ ଏହି ନିଆରା ପ୍ରେମ ମନ୍ଦିରଟି ନିଜର ପ୍ରେମ କଥାକୁ ନେଇ ସାରା ଦେଶରେ ଏକ ବିରଳ ସ୍ମୃତି ବହନ କରେ ବୋଲି କହନ୍ତି ସଂସ୍କୃତି ଗବେଷକ । ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ଅପୂର୍ବମାଟି ସୁବର୍ଣ୍ଣପୁର । ତାନ୍ତ୍ରୀକ ପରଂପରା ରେ ସୁବର୍ଣ୍ଣପୁରର ରହିଛି ଯଥେଷ୍ଟ ପ୍ରସିଦ୍ଧି । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣା । ଦୁହିଁଙ୍କ ଭିତରେ ଥିଲା ଅନାବିଳ ପ୍ରେମର ସଂପର୍କ । ତନ୍ତ୍ର ସାଧିକା ଜ୍ଞାନଦେଇ ସେଦିନ ପଡିଥିଲା ଶବର ରାଜକୁମାର ଅହିମାଣିକ୍ୟର ରୂପ ଯୌବନରେ ।ନିଜ କାମବାସନାକୁ ଚରିତାର୍ଥ କରିବା ପାଇଁ କରୁଥିଲା ତନ୍ତ୍ରର ପ୍ରୟୋଗ ।

ରାଜକୁମାର ଅହିମାଣିକ୍ୟକୁ ତନ୍ତ୍ର ପ୍ରୟୋଗ ବଳରେ ଜ୍ଞାନଦେଇ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ନିଜ କାମବାସନାକୁ ଚରିତାର୍ଥ କରୁଥିଲା । ହେଲେ ରାଜକୁମାରୀ ଶଶୀସେଣା ନିଜ ପ୍ରେମିକ ପ୍ରବର ଅହିମାଣିକ୍ୟକୁ ଉଦ୍ଧାର କରିବା ପାଇଁ ମା ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ । ତାନ୍ତ୍ରୀକ ଜ୍ଞାନଦେଇଙ୍କ କବଳରୁ ମୁକ୍ତି କରିଥିଲେ ନିଜ ପ୍ରେମିକ ରାଜକୁମାର ଅହିମାଣିକ୍ୟଙ୍କୁ ।

ଏମିତି ଏକ କାହାଣୀ ବହନ କରି ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ରହିଛି ନିମୁହିଁ ଦେଉଳ । ଆଜିପରି ପ୍ରେମ ଦିବସରେ ପ୍ରେମୀ ଯୁଗଳ ମାନେ ମନ୍ଦିରକୁ ଆଶି ପରସ୍ପର ଗୋଲାପଫୁଲ ଉପହାର ଦେଇ ନିଜର ପ୍ରେମକୁ ବାଣ୍ଟୁଥିବା ବେଳେ କାହିଁ କେତେ ଦିନରୁ ଅମର ପ୍ରେମର ସୁନ୍ଦର ସ୍ମୃତିକୁ ସାଇତା ରଖିଛି ସୁବର୍ଣ୍ଣପୁରର ଏହି ପ୍ରେମ ମନ୍ଦିର । ତେବେ ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ବେଳ ଆସିଛି।

ଆଜି ପରି ଏକ ପ୍ରେମ ଦିବସରେ ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିବା ଅନାବିଳ ଓ ଶାଶ୍ବତ ପ୍ରେମର ସ୍ମୃତି ସମସ୍ତଙ୍କ ପାଖରେ ବଞ୍ଚି ରହୁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.