ସୁବର୍ଣ୍ଣପୁର: ଜିଲ୍ଲା ବିରମହାରାଜପୁରର ଚନ୍ଦଲି ଗାଁ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁପୁତ୍ରକୁ ବୀରମହାରାଜ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମାଟଖାଇ ଗାଁର ସୁରୁସୂତା ମେହେର ଓ ପୀତବାସ ନିଜ ଗାଁରୁ ସୁବଳୟା ପଟକୁ ଯାଉଥିବା ବେଳେ ରାସ୍ତା କଡରେ ଏକ ଶିଶୁ ପୁତ୍ର କାନ୍ଦୁଥିବାର ଦେଖିଥିଲେ ।
ସଙ୍ଗେସଙ୍ଗେ ଶିଶୁ ପୁତ୍ରକୁ ଉଦ୍ଧାର କରି ପ୍ରଥମେ ବିରମାହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସୋନପୁର ଡାକ୍ତରଖାନାରେ ଶିଶୁ ପୁତ୍ରକୁ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଶିଶୁଟିକୁ କିଏ କେଉଁ ପରିସ୍ଥିତିରେ ରାସ୍ତା କଡରେ ଫିଙ୍ଗି ଥିଲା ତାହା ଏଯାଏଁ ଜଣା ପଡ଼ିନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ