ETV Bharat / state

ଗର୍ଭସ୍ଥ ଶିଶୁକୁ ମୃତ କହିଲେ ବୁର୍ଲା ଡାକ୍ତର, ନର୍ସିଂହୋମରେ ଶିଶୁକନ୍ୟା ପ୍ରସବ କଲେ ମହିଳା - ଗର୍ଭବତୀଙ୍କ ଗର୍ଭର ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର

ଗର୍ଭବତୀଙ୍କ ଗର୍ଭର ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର । ନର୍ସିଂହୋମରେ ଜନ୍ମ ହେଲା ଜୀବିତ ଶିଶୁ । ଅଧିକ ପଢନ୍ତୁ...

negligence of burla doctor
ଗର୍ଭବତୀଙ୍କ ଗର୍ଭର ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର
author img

By

Published : May 16, 2020, 6:51 PM IST

ସମ୍ବଲପୁର: ବୁର୍ଲା ମେଡିକାଲର ଡାକ୍ତରଙ୍କ ଅବହେଳା ଓ ଖାମଖିଆଲିପଣର ଏକ ନଗ୍ନ ନମୁନା ଏବେ ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳା ବୁର୍ଲା ବଡ ମେଡିକାଲକୁ ପ୍ରସବ ପାଇଁ ସ୍ତ୍ରୀ ଓ ପ୍ରସ୍ରୁତି ବିଭାଗରେ ଗତ 14 ତାରିଖରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ମହିଳାଙ୍କ ଗର୍ଭରେ ଥିବା ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଗର୍ଭସ୍ଥ ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର,

ତେବେ ଗର୍ଭବତୀ ମହିଳା ଜଣକ ନିଜ ଗର୍ଭରେ ଥିବା ନିଜ ଶିଶୁଟି ଜୀବିତ ଥିବାର ଅନୁଭବ କରୁଥିବା ବୋଲି କହି ଡାକ୍ତରଙ୍କୁ ଚିକିତ୍ସା ପାଇଁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନଥିଲେ । ପରେ ମହିଳାଙ୍କ ପରିବାର ଲୋକ ବାଧ୍ୟ ହୋଇ ମହିଳାଙ୍କୁ ସମ୍ଵଲପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ଏହି ନର୍ସିଂହୋମରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏମିତି ଅଭିଯୋଗ ଆଣିଛନ୍ତି ଝାରସୁଗୁଡା ଜିଲ୍ଲା କିର୍ମିରା ଵ୍ଲକ ତେଲିଡିହି ଗ୍ରାମର ମହିଳାଙ୍କ ପରିବାର ଲୋକେ।

negligence of burla doctor
ଗର୍ଭସ୍ଥ ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର

ପ୍ରସୂତି ମହିଳା ଜଣକ ଜୟନ୍ତୀ ନାୟକ। ସେ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ଭେଣ୍ଟିଲେଟର ବ୍ୟବସ୍ଥା ନଥିବା ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେଵେ ସରକାରୀ ହସ୍ପିଟାଲରେ କମଖର୍ଚ୍ଚ ହେବ ବୋଲି ଆସିଥିବା ଏହି ଗରିବ ପରିବାରକୁ ଗୋଟିଏ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଵେ ସବୁଠାରୁ ବଡ କଥା ହେଲା ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ନିର୍ଵାଚନ ମଣ୍ତଳୀର ଅଧିନରେ ଥିବା କିର୍ମିରା ବ୍ଲକର ଏହି ଗରିବ ମହିଳା ଜଣଙ୍କ ପରିବାର ଏବେ ନର୍ସିଂହୋମରେ ମୋଟା ଅଙ୍କର ଖର୍ଚ୍ଚ କିପରି ବହନ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ପ୍ରସୂତିଙ୍କ ସ୍ଵାମୀ ଗୁରୁତର ରୋଗରେ ପିଡିତ ଥିବା ବେଳେ ଏତେ ସଂଖ୍ୟାରେ ଟଙ୍କା କେଉଁଠୁ ଯୋଗାଡ କରିବେ ବୋଲି ଚିନ୍ତାରେ ପରିଵାର ଲୋକେ ।

ତେବେ ବୁର୍ଲା ମେଡିକାଲ ଅଧିକ୍ଷକ ଜୟଶ୍ରୀ ଦୋରାଙ୍କୁ ଏହି ଘଟଣା ନେଉ ପଚରା ଯିବାରୁ ସେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। ହେଲେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏନେଇ ପଚାରିଲା ପରେ କିଛି କହି ପାରିବେ ବୋଲି ଫୋନରେ କହିଛନ୍ତି।

ସମ୍ବଲପୁରରୁ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.